ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନବରାତ୍ରୀ ଅବସରରେ ପଣ୍ଡିତ ଯଶରାଜ ଜୀଙ୍କ ଏକ ଭାବପୂର୍ଣ୍ଣ ପ୍ରସ୍ତୁତିକୁ ସେୟାର କଲେ ପ୍ରଧାନମନ୍ତ୍ରୀ
Posted On:
22 SEP 2025 9:32AM by PIB Bhubaneshwar
ପସନ୍ଦର ଭଜନ ସେୟାର କରିବାକୁ ନାଗରିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ଅବସରରେ, ପଣ୍ଡିତ ଯଶରାଜ ଜୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଭାବପୂର୍ଣ୍ଣ ଭଜନକୁ ସେୟାର କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି କି, ନବରାତ୍ରୀ ଶୁଦ୍ଧ ଭକ୍ତିର ଅବସର ଏବଂ ଲୋକମାନେ ସଙ୍ଗୀତ ମାଧ୍ୟମରେ ଏହି ଭକ୍ତିଭାବକୁ ଦର୍ଶାଇଥାନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଯଦି ଆପଣମାନେ କେହି ଭଜନ ଗାନ କରନ୍ତି, କିମ୍ବା କିଛି ପସନ୍ଦର ରହିଛି ତାହାକୁ ମୋ ସହ ସେୟାର କରନ୍ତୁ । ଆଗାମୀ ଦିନରେ ସେଥିରୁ କିଛି ମୁଁ ପୋଷ୍ଟ କରିବି!”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ନବରାତ୍ରୀ ଶୁଦ୍ଧ ଭକ୍ତିର ଅବସର । ତେଣୁ ଲୋକମାନେ ସଙ୍ଗୀତ ମାଧ୍ୟମରେ ଏହି ଭକ୍ତିଭାବକୁ ଦର୍ଶାଇଥାନ୍ତି । ପଣ୍ଡିତ ଯଶରାଜ ଜୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଭାବପୂର୍ଣ୍ଣ ଭଜନକୁ ସେୟାର କରୁଛି ।
ଯଦି ଆପଣମାନେ କେହି ଭଜନ ଗାନ କରନ୍ତି, କିମ୍ବା କିଛି ପସନ୍ଦର ରହିଛି ତାହାକୁ ମୋ ସହ ସେୟାର କରନ୍ତୁ । ଆଗାମୀ ଦିନରେ ସେଥିରୁ କିଛି ମୁଁ ପୋଷ୍ଟ କରିବି!
https://youtube.com/watch?v=0NlwLAkuXvo”
SR
(Release ID: 2169871)
Read this release in:
English
,
Urdu
,
Marathi
,
Hindi
,
Bengali-TR
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam