ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥାବାର୍ତ୍ତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On: 20 MAR 2024 6:19PM by PIB Bhubaneshwar

 

ନେତାମାନେ ଭାରତ-ୟୁକ୍ରେନ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା କରିଛନ୍ତି

 

ପ୍ରଧାନମନ୍ତ୍ରୀ ଭାରତର ଜନକୈନ୍ଦ୍ରିକ ଆଭିମୁଖ୍ୟକୁ ଦୋହରାଇଛନ୍ତି ଏବଂ ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ କରିଛନ୍ତି

 

ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ ଭାରତ ଏକ ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରିବା ପାଇଁ ନିଜର ସାଧ୍ୟମତେ ସବୁକିଛି କରିବ

 

ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ଲୋକଙ୍କ ପାଇଁ ଭାରତର ନିରନ୍ତର ମାନବୀୟ ସହାୟତାକୁ ପ୍ରଶଂସା କରିଛନ୍ତି

ପୋଷ୍ଟ କରାଯାଇଛି:୨୦  ମାର୍ଚ୍ଚ ୨୦୨୪  ସନ୍ଧ୍ୟା ୬.୧୯  ପିଆଇବି ଦିଲ୍ଲୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନର ରାଷ୍ଟ୍ରପତି ମହାମହିମ ଶ୍ରୀ ଭୋଲୋଡିମିର ଜେଲେନ୍ସକିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି।

ଦୁଇ ନେତା ବିଭିନ୍ନ କ୍ଷେତ୍ରରେ ଭାରତ-ୟୁକ୍ରେନ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା କରିଛନ୍ତି।

 

ଚାଲୁଥିବା ରୁଷ-ୟୁକ୍ରେନ ବିବାଦ ବିଷୟରେ ଆଲୋଚନା କରିବା ସମୟରେ, ପ୍ରଧାନମନ୍ତ୍ରୀ ଭାରତର ଜନ-କୈନ୍ଦ୍ରିକ ଆଭିମୁଖ୍ୟକୁ ପୁନର୍ବାର ଦୋହରାଇଥିଲେ ଏବଂ ଆଗକୁ ବଢ଼ିବାର ଉପାୟ ଭାବରେ ଆଲୋଚନା ଏବଂ କୂଟନୀତିକୁ ଆହ୍ୱାନ କରିଥିଲେ।

 

ସେ ଆଲୋକପାତ କରିଥିଲେ ଯେ ଭାରତ ଉଭୟ ପକ୍ଷଙ୍କ ମଧ୍ୟରେ ସମସ୍ତ ସମସ୍ୟାର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସମସ୍ତ ପ୍ରୟାସକୁ ସମର୍ଥନ କରେ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ଏକ ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରିବା ପାଇଁ ନିଜର ସାଧ୍ୟମତେ ସବୁକିଛି କରିବ।

 

ରାଷ୍ଟ୍ରପତି ଜେଲେନ୍ସକି ୟୁକ୍ରେନର ଲୋକଙ୍କ ପାଇଁ ଭାରତର ନିରନ୍ତର ମାନବୀୟ ସହାୟତାକୁ ପ୍ରଶଂସା କରିଛନ୍ତି।

 

ଦୁଇ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଛନ୍ତି।

***

SPD


(Release ID: 2169662) Visitor Counter : 7