ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମ୍ୱତ୍ସରୀର ପବିତ୍ର ଅବସରରେ ଆମ ଜୀବନରେ ସମନ୍ୱୟ ଏବଂ କ୍ଷମାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 07 SEP 2024 10:25PM by PIB Bhubaneshwar

ସମ୍ବତ୍ସରୀର ପବିତ୍ର ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସେୟାର କରିଛନ୍ତି, ଯେଉଁଥିରେ ଆମ ଜୀବନରେ ସମନ୍ୱୟ ଏବଂ କ୍ଷମାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଛି। ସେ ନାଗରିକମାନଙ୍କୁ ସହାନୁଭୂତି ଓ ସଂହତିକୁ ଗ୍ରହଣ କରିବାକୁ, ଦୟା ଓ ଏକତାର ଭାବନାକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ କରିଛନ୍ତି ଯାହା ଆମର ସାମୂହିକ ଜୀବନଯାତ୍ରା କ୍ଷେତ୍ରରେ ମାର୍ଗଦର୍ଶନ କରିପାରିବ।

 

ତାଙ୍କ ଟ୍ୱିଟ୍‌ରେ ସେ କହିଛନ୍ତି, "ସମ୍ବତ୍ସରୀ ସମନ୍ୱୟର ଶକ୍ତି ଏବଂ ଅନ୍ୟମାନଙ୍କୁ କ୍ଷମା କରିବା ଉପରେ ଆଲୋକପାତ କରେ। ଏହା ସହାନୁଭୂତି ଏବଂ ସଂହତିକୁ ଆମର ପ୍ରେରଣାର ଉତ୍ସ ଭାବରେ ଗ୍ରହଣ କରିବାକୁ ଆହ୍ୱାନ କରେ। ଏହି ଭାବନାରେ, ଆସନ୍ତୁ ଆମେ ଏକତାର ବନ୍ଧନକୁ ନବୀକରଣ ଏବଂ ନିବିଡ଼ କରିବା। ଦୟା ଓ ଏକତା ଆମର ଭବିଷ୍ୟତ ଯାତ୍ରାକୁ ଆକାର ଦେବା। ମିଛମି ଦୁକ୍କଡମ୍।"

 

*****

MT

 


(Release ID: 2169448) Visitor Counter : 10