ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
09 SEP 2024 8:40PM by PIB Bhubaneswar
ଭାରତ-ୟୁଏଇ ସମ୍ପର୍କକୁ ମଝବୁତ କରିବା ପାଇଁ ଫଳପ୍ରଦ ଆଲୋଚନା କଲା ଉଭୟ ନେତା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଆବୁଧାବିର ଯୁବରାଜ ମହାମହିମ ଶେଖ ଖାଲେଦ ବିନ୍ ମହମ୍ମଦ
ବିନ ଜାଏଦ ଅଲ୍ ନାହ୍ୟାନଙ୍କୁ ସ୍ୱାଗତ କରିଛନ୍ତି। ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା କରିଛନ୍ତି।
ଭାରତ-ୟୁଏଇ ବନ୍ଧୁତା ବୃଦ୍ଧି କରିବା ପାଇଁ ଶେଖ ଖାଲେଦଙ୍କ ଆଗ୍ରହକୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି ;
"ଆବୁଧାବିର ଯୁବରାଜ ମହାନ ଶେଖ ଖାଲେଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ସ୍ୱାଗତ କରି ମୁଁ ଏକ ଆନନ୍ଦଦାୟକ ଅନୁଭବ କଲି। ଆମେ ବିଭିନ୍ନ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା କରିଥିଲୁ। ଭାରତ-ୟୁଏଇ-ବନ୍ଧୁତା ପ୍ରତି ତାଙ୍କର ଆଗ୍ରହ ସ୍ପଷ୍ଟ ଭାବରେ ଦୃଶ୍ୟମାନ।"
*****
MT
(ରିଲିଜ ଆଡି: 2169420)
ପରିଦର୍ଶକ କାଉଣ୍ଟର : 28
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam