ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗ୍ରୀସ ପ୍ରଧାନମନ୍ତ୍ରୀଙ୍କ ଠାରୁ ଟେଲିଫୋନ କଲ୍ ପାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 19 SEP 2025 2:52PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମ ଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମିତସୋତାକିସ

ଭାରତ-ଗ୍ରୀସ ରଣନୀତିକ ସହଭାଗିତା ଏବଂ ଆଞ୍ଚଳିକ ଶାକ୍ତି ସମୃଦ୍ଧିକୁ ସୁଦୃଢ଼ କରିବା ପାଇଁ ଉଭୟ ନେତା ପ୍ରତିବଦ୍ଧତା ଦୋହରାଇଲେ

ଭାରତ- ଇୟୁ ଏଫଟିଏ ଶୀଘ୍ର ଚୂଡ଼ାନ୍ତ ହେବା ନେଇ ସମର୍ଥନ ପ୍ରକାଶ କଲେ ମିତସୋତାକିସ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଲେନିକ ରିପବ୍ଲିକର ପ୍ରଧାନମନ୍ତ୍ରୀ ମହାମାନ୍ୟ କିରିଆକୋସ ମିତସୋତାକିସଙ୍କ ଠାରୁ ଫୋନ କଲ୍ ପାଇଛନ୍ତି

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମ ଦିନ ଅବସରର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମିତସୋତାକିସ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ

ବାଣିଜ୍ୟ, ନିବେଶ, ପ୍ରଯୁକ୍ତି ବିଦ୍ୟା, ଜାହାଜ ଚଳାଚଳ, ପ୍ରତିରକ୍ଷା, ସୁରକ୍ଷା, ଯୋଗାଯୋଗ ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ ହୋଇଥିବାରୁ ଦୁଇ ନେତା ତାହାକୁ ସ୍ୱାଗତ କରିଥିଲେ ଭାରତ-ଗ୍ରୀସ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ଉଭୟ ନେତା ପ୍ରତିବଦ୍ଧତା ଦୋହରାଇଲେ

ପାରସ୍ପରିକ ସ୍ୱାର୍ଥ ଥିବା ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଶୀଘ୍ର ଚୂଡ଼ାନ୍ତ ହେବା ଏବଂ ୨୦୨୬ରେ ଭାରତ ଅଧ୍ୟକ୍ଷତାରେ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀର ସଫଳତା ନେଇ ଗ୍ରୀସର ସମର୍ଥନ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମିତସୋତାକିସ

ପାରସ୍ପରିକ ସ୍ୱାର୍ଥ ଥିବା ଆଞ୍ଚଳିକ ବୈଶ୍ୱିକ ପ୍ରସଙ୍ଗରେ ଉଭୟ ମତ ବିନିମୟ କଲେ

ନିୟମିତ ସମ୍ପର୍କରେ ରହିବା ପାଇଁ ଉଭୟ ନେତା ସହମତ ହେଲେ

SR


(ରିଲିଜ ଆଡି: 2168829) ପରିଦର୍ଶକ କାଉଣ୍ଟର : 25