ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତର-ପୂର୍ବାଞ୍ଚଳର ଅଗ୍ରଗତି ଉପରେ ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 SEP 2025 1:16PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଆଲେଖ୍ୟ ଶେୟାର କରିଛନ୍ତି, ଯେଉଁଥିରେ ଉତ୍ତର-ପୂର୍ବାଞ୍ଚଳ କିପରି ଦେଶର ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି ତାହା ବର୍ଣ୍ଣନା କରାଯାଇଛି ସେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲିଖିତ ଏକ ଲେଖା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯେ, ବୈରାବି-ସାଇରଙ୍ଗ ରେଳ ଲାଇନର ଉଦ୍ଘାଟନ କିପରି ଏକ ଐତିହାସିକ ଉପଲବ୍ଧି ଏବଂ ଏହା ମିଜୋରାମକୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବା ସହ ବାଣିଜ୍ୟ, ଯୋଗାଯୋଗ ଏବଂ ସୁଯୋଗର ନୂତନ ଦ୍ୱାର ଖୋଲିବ

ପିଏମ୍ ଇଣ୍ଡିଆ ହ୍ୟାଣ୍ଡେଲ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

ଉତ୍ତର-ପୂର୍ବାଞ୍ଚଳ ଆଉ ପ୍ରଗତି ପାଇଁ ଅପେକ୍ଷା କରିଥିବା ସୀମା ନୁହେଁ ବରଂ, ଭାରତର ଅଭିବୃଦ୍ଧିର କାହାଣୀର କେନ୍ଦ୍ରବିନ୍ଦୁ ବୈରାବି-ସାଇରଙ୍ଗ ରେଳ ଲାଇନର ଉଦ୍ଘାଟନ ଏକ ଐତିହାସିକ ମାଇଲଖୁଣ୍ଟ, ଯାହା ମିଜୋରାମକୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବ, ବାଣିଜ୍ୟ, ଯୋଗାଯୋଗ ଏବଂ ସୁଯୋଗର ନୂତନ ଦ୍ୱାର ଖୋଲିବ

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏହି ଲେଖା ପଢ଼ନ୍ତୁ, ଯେଉଁଥିରେ ଉତ୍ତର-ପୂର୍ବାଞ୍ଚଳ କିପରି ଦେଶର ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି ତାହା ବର୍ଣ୍ଣନା କରାଯାଇଛି!”

 

SR


(ରିଲିଜ ଆଡି: 2166094) ପରିଦର୍ଶକ କାଉଣ୍ଟର : 15