ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତର-ପୂର୍ବାଞ୍ଚଳର ଅଗ୍ରଗତି ଉପରେ ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ
Posted On:
12 SEP 2025 1:16PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଆଲେଖ୍ୟ ଶେୟାର କରିଛନ୍ତି, ଯେଉଁଥିରେ ଉତ୍ତର-ପୂର୍ବାଞ୍ଚଳ କିପରି ଦେଶର ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି ତାହା ବର୍ଣ୍ଣନା କରାଯାଇଛି । ସେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲିଖିତ ଏକ ଲେଖା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯେ, ବୈରାବି-ସାଇରଙ୍ଗ ରେଳ ଲାଇନର ଉଦ୍ଘାଟନ କିପରି ଏକ ଐତିହାସିକ ଉପଲବ୍ଧି ଏବଂ ଏହା ମିଜୋରାମକୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବା ସହ ବାଣିଜ୍ୟ, ଯୋଗାଯୋଗ ଏବଂ ସୁଯୋଗର ନୂତନ ଦ୍ୱାର ଖୋଲିବ ।
ପିଏମ୍ଓ ଇଣ୍ଡିଆ ହ୍ୟାଣ୍ଡେଲ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ଉତ୍ତର-ପୂର୍ବାଞ୍ଚଳ ଆଉ ପ୍ରଗତି ପାଇଁ ଅପେକ୍ଷା କରିଥିବା ସୀମା ନୁହେଁ ବରଂ, ଭାରତର ଅଭିବୃଦ୍ଧିର କାହାଣୀର କେନ୍ଦ୍ରବିନ୍ଦୁ । ବୈରାବି-ସାଇରଙ୍ଗ ରେଳ ଲାଇନର ଉଦ୍ଘାଟନ ଏକ ଐତିହାସିକ ମାଇଲଖୁଣ୍ଟ, ଯାହା ମିଜୋରାମକୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବ, ବାଣିଜ୍ୟ, ଯୋଗାଯୋଗ ଏବଂ ସୁଯୋଗର ନୂତନ ଦ୍ୱାର ଖୋଲିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏହି ଲେଖା ପଢ଼ନ୍ତୁ, ଯେଉଁଥିରେ ଉତ୍ତର-ପୂର୍ବାଞ୍ଚଳ କିପରି ଦେଶର ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି ତାହା ବର୍ଣ୍ଣନା କରାଯାଇଛି!”
SR
(Release ID: 2166094)
Visitor Counter : 2
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam