ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 11 SEP 2025 8:51AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ଆଚାର୍ଯ୍ୟ ବିନୋବା ଭାବେଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ଭାରତର ଆଧ୍ୟାତ୍ମିକ, ସାମାଜିକ ଏବଂ ରାଜନୈତିକ ଦୃଶ୍ୟପଟରେ ତାଙ୍କର ଯୋଗଦାନକୁ ସ୍ମରଣ କରିଛନ୍ତି ।

ଏହି ଅବସରରେ ଏକ୍ସରେ ଏକ ବାର୍ତ୍ତା ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । ତାଙ୍କୁ ଭାରତର ସବୁଠାରୁ ସମ୍ମାନିତ ଆଧ୍ୟାତ୍ମିକ ନେତା, ସ୍ୱାଧିନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକଙ୍କ ଭାବେ ସ୍ମରଣ କରାଯାଏ । ତାଙ୍କ ଜୀବନ ଗାନ୍ଧୀବାଦୀ ଆଦର୍ଶକୁ ଲୋକପ୍ରିୟ କରିବା ପାଇଁ ଏବଂ ଦେଶର ସବୁଠାରୁ ଦୁର୍ବଳ ବର୍ଗଙ୍କୁ ସଶକ୍ତ କରିବା ଦିଗରେ ସମର୍ପିତ ଥିଲା । ତାଙ୍କ ଚିନ୍ତାଧାରା ଆମକୁ ଏକ ବିକଶିତ ଭାରତ ଭାରତ ନିର୍ମାଣ ପାଇଁ ବହୁତ ପ୍ରେରଣା ଯୋଗାଏ।”

SR


(Release ID: 2165535) Visitor Counter : 2