ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜେରୁଜେଲମ ଆତଙ୍କୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

ପୋଷ୍ଟ କରାଯିବା ଦିନାଙ୍କ: 08 SEP 2025 9:23PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ଜେରୁଜେଲମରେ ନିରୀହ ନାଗରିକଙ୍କ ଉପରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ କଠୋର ଭାବେ ନିନ୍ଦା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି, “ଭାରତ ଯେକୌଣସି ପ୍ରକାରର ଆତଙ୍କବାଦ ଏବଂ ଏହାର ଯୋଜନାକୁ ନିନ୍ଦା କରୁଛି, ଆତଙ୍କବାଦ ପ୍ରସଙ୍ଗରେ ଶୂନ ସହନଶୀଳତା ନୀତିକୁ ସମର୍ଥନ କରୁଛି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି,

ଆଜି ଜେରୁଜେଲମରେ ନିରୀହ ନାଗରିକଙ୍କ ଉପରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କ ପ୍ରତି ହାର୍ଦ୍ଦିକ ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି

ଭାରତ ଯେକୌଣସି ପ୍ରକାରର ଆତଙ୍କବାଦ ଏବଂ ଏହାର ଯୋଜନାକୁ ନିନ୍ଦା କରୁଛି, ଆତଙ୍କବାଦ ପ୍ରସଙ୍ଗରେ ଶୂନ ସହନଶୀଳତା ନୀତିକୁ ସମର୍ଥନ କରୁଛି

SR


(ରିଲିଜ ଆଡି: 2164838) ପରିଦର୍ଶକ କାଉଣ୍ଟର : 24