ପୋଷ୍ଟ କରାଯିବା ଦିନାଙ୍କ:
28 AUG 2025 8:23PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ପାଲଘରରେ ଏକ ଆବାସିକ କୋଠା ଭୁଶୁଡିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ବହୁ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ହ୍ୟାଣ୍ଡେଲ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ମହାରାଷ୍ଟ୍ରର ପାଲଘରରେ ଏକ କୋଠା ଭୁଶୁଡିବା ଯୋଗୁଁ ଘଟିଥିବା ଦୁର୍ଘଟଣାରେ ମୁଁ ଗଭୀର ଦୁଃଖିତ । ଏହି କଠିନ ସମୟରେ ପ୍ରଭାବିତ ଲୋକ ଏବଂ ସେମାନଙ୍କର ପରିବାର ସହିତ ମୋର ସମବେଦନା ରହିଛି । ଆହତମାନେ ଶୀଘ୍ର ସୁସ୍ଥ ହେବା ପାଇଁ ମୁଁ କାମନା କରୁଛି । ପ୍ରଭାବିତ ଲୋକମାନଙ୍କୁ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ସହାୟତ ଯୋଗାଇ ଦେଉଛନ୍ତି । PM @narendramodi”
SR