ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
୨୦୨୫-୨୬ ଋତୁ ପାଇଁ କଞ୍ଚା ଝୋଟ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି )କୁ କ୍ୟାବିନେଟର ମଞ୍ଜୁରି
Posted On:
22 JAN 2025 3:09PM by PIB Bhubaneshwar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ଅନ୍ୱେଷଣୀୟ ବ୍ୟାପାର (ସିସିଇଏ ) ୨୦୨୫-୨୬ ମାର୍କେଟିଂ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଅନୁମୋଦନ କରିଛି।
୨୦୨୫-୨୬ ଋତୁ ପାଇଁ କଞ୍ଚା ଝୋଟ (ଟିଡି -୩ ବର୍ଗ) ର ସର୍ବନିମ୍ନ ସହାୟକ ମୂଲ୍ୟ ୫,୬୫୦ ଟଙ୍କା ପ୍ରତି କ୍ୱିଣ୍ଟାଲ୍ ସ୍ଥିର କରାଯାଇଛି। ଏହା ଅଖିଳ ଭାରତୀୟ ସ୍ତରରେ ଉତ୍ପାଦନର ୱେଟେଡ୍ ହାରାହାରି ଖର୍ଚ୍ଚ ତୁଳନାରେ ୬୬.୮ ପ୍ରତିଶତ ରିଟର୍ଣ୍ଣ ସୁନିଶ୍ଚିତ କରିବ। ୨୦୨୫-୨୬ ମାର୍କେଟିଂ ସିଜିନ୍ ପାଇଁ କଞ୍ଚା ପାଟ ପାଇଁ ସୁପାରିଶ କରାଯାଇଥିବା ଏମଏସପି ସର୍ବ ଭାରତୀୟ ସ୍ତରରେ ଉତ୍ପାଦନର ୱେଟେଡ୍ ହାରାହାରି ଖର୍ଚ୍ଚର ଅତି କମରେ ୧.୫ ଗୁଣ ଏମଏସପି ସ୍ଥିର କରିବାର ନୀତି ସହିତ ସଙ୍ଗତ, ଯାହା ସରକାର ୨୦୧୮-୧୯ ବଜେଟ୍ ରେ ଘୋଷଣା କରିଛନ୍ତି।
୨୦୨୫-୨୬ ମାର୍କେଟିଂ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ ପୂର୍ବ ବିପଣନ ଋତୁ ତୁଳନାରେ ପ୍ରତି କ୍ୱିଣ୍ଟାଲ୍ ୩୧୫ ଟଙ୍କା ଅଧିକ। ଭାରତ ସରକାର କଞ୍ଚା ଝୋଟ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୧୪-୧୫ରେ ପ୍ରତି କ୍ୱିଣ୍ଟାଲ ପିଛା ୨୪୦୦ ଟଙ୍କାରୁ ବୃଦ୍ଧି କରି ୨୦୨୫-୨୬ ବର୍ଷ ପାଇଁ ପ୍ରତି କ୍ୱିଣ୍ଟାଲ ପିଛା ୫୬୫୦ ଟଙ୍କା କରିଛନ୍ତି। ଯାହା ଫଳରେ କଞ୍ଚା ଝୋଟ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟରେ ୩୨୫୦ ଟଙ୍କା (୨.୩୫ ଗୁଣ) ବୃଦ୍ଧି ଘଟିଛି।
୨୦୧୪-୧୫ ରୁ ୨୦୨୪-୨୫ ସମୟ ମଧ୍ୟରେ ଝୋଟ ଚାଷ କରୁଥିବା ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୧୩୦୦ କୋଟି ଟଙ୍କା ଥିଲା। ଯାହାକି ୨୦୦୪-୦୫ ରୁ ୨୦୧୩-୧୪ ବର୍ଷ ମଧ୍ୟରେ ୪୪୧ କୋଟି ଟଙ୍କା ଦିଆଯାଇଥିଲା।
୪୦ ଲକ୍ଷ ଚାଷୀ ପରିବାରର ଜୀବିକା ଝୋଟ ଶିଳ୍ପ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ନିର୍ଭରଶୀଳ। ପ୍ରାୟ ୪ ଲକ୍ଷ ଶ୍ରମିକ ଝୋଟ ମିଲ୍ ଏବଂ ଝୋଟ ବ୍ୟବସାୟରେ ସିଧାସଳଖ ନିଯୁକ୍ତି ପାଆନ୍ତି। ଗତ ବର୍ଷ ୧ ଲକ୍ଷ ୭୦ ହଜାର ଚାଷୀଙ୍କଠାରୁ ଝୋଟ ସଂଗ୍ରହ କରାଯାଇଥିଲା। ୮୨% ଝୋଟ ଚାଷୀ ପଶ୍ଚିମବଙ୍ଗର, ଯେତେବେଳେ ଆସାମ ଏବଂ ବିହାର ବଳକା ଝୋଟ ଉତ୍ପାଦନର ୯% (ପ୍ରତ୍ୟେକ) ଅବଶିଷ୍ଟ ଝୋଟ ଉତ୍ପାଦନ କରନ୍ତି।
ଭାରତୀୟ ପାଟ୍ ନିଗମ (ଜେସିଆଇ) କେନ୍ଦ୍ର ସରକାରଙ୍କ ନୋଡାଲ୍ ଏଜେନ୍ସି ଭାବରେ ମୂଲ୍ୟ ସମର୍ଥନ କାର୍ଯ୍ୟ ଜାରି ରଖିବ ଏବଂ ଏପରି କାର୍ଯ୍ୟରେ, ଯଦି କୌଣସି କ୍ଷତି ହୁଏ, ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ସମସ୍ତ କ୍ଷତି ସମ୍ପୂର୍ଣ୍ଣ ଭାବରେ ପରିଶୋଧ କରାଯିବ।
****
SPD
(Release ID: 2159625)
Read this release in:
Marathi
,
Telugu
,
Kannada
,
Malayalam
,
Tamil
,
Bengali
,
English
,
Urdu
,
Hindi
,
Nepali
,
Assamese
,
Manipuri
,
Punjabi
,
Gujarati