ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କିନଡ୍ରିଲର ସିଇଓ ତଥା ଚେୟାରମ୍ୟାନ ଶ୍ରୀ ମାର୍ଟିନ ସ୍କ୍ରୋଏଟର
Posted On:
21 AUG 2025 9:50PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ନୂଆଦିଲ୍ଲୀରେ କିନଡ୍ରିଲର ସିଇଓ ତଥା ଚେୟାରମ୍ୟାନ ଶ୍ରୀ ମାର୍ଟିନ ସ୍କ୍ରୋଏଟର ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ବୈଶ୍ୱିକ ସହଯୋଗୀଙ୍କୁ ହାର୍ଦ୍ଦିକ ସ୍ୱାଗତ କରିଥିଲେ । ଭାରତରେ ଥିବା ବିପୁଳ ସୁଯୋଗର ବ୍ୟବହାର କରିବା ଏବଂ ଦେଶର ଦକ୍ଷ ଯୁବଶକ୍ତିଙ୍କ ସହଯୋଗ ନେବାକୁ ଆହ୍ୱାନ ଦେଇଥିଲେ ।
ଶ୍ରୀ ମୋଦୀ ଗୁରୁତ୍ୱ ଦେଇ କହିଥିଲେ,ଏଭଳି ସହଯୋଗିତା ଦ୍ୱାରା ମିଳୁଥିବା ସଲୁ୍ୟସନ ରେ କେବଳ ଭାରତ ନୁହେଁ ବୈଶ୍ୱିକ ପ୍ରଗତିକୁ ମଧ୍ୟ ସହାୟତା ମିଳିପାରିବ ।
ଶ୍ରୀ ମାର୍ଟିନ ସ୍କ୍ରୋଏଟରଙ୍କ ଦ୍ୱାରା ଏକ୍ସ ରେ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶ୍ରୀ ମାର୍ଟିନ ସ୍କ୍ରୋଏଟରଙ୍କ ସହ ଏହା ବାସ୍ତବରେ ଏକ ସମୃଦ୍ଧ ବୈଠକ ଥିଲା । ଭାରତ ସର୍ବଦା ବୈଶ୍ୱିକ ସହଯୋଗୀମାନଙ୍କୁ ଦେଶରେ ଥିବା ବିପୁଳ ସୁବିଧାର ଫାଇଦା ନେବାକୁ ଏବଂ ଦେଶର ଦକ୍ଷ ଯୁବଶକ୍ତିଙ୍କ ସହଯୋଗ ନେବାକୁ ଆହ୍ୱାନ କରୁଛି ।
ମିଳିତ ଭାବେ ଆମେ ସଲୁ୍ୟସନ ସୃଷ୍ଟି କରିପାରିବା ଯାହା କେବଳ ଭାରତ ନୁହେଁ ବୈଶ୍ୱିକ ପ୍ରଗତି ପାଇଁ ମଧ୍ୟ ଅବଦାନ ରଖିବ ।
SR
(Release ID: 2159614)
Read this release in:
Telugu
,
Malayalam
,
English
,
Gujarati
,
Urdu
,
Hindi
,
Marathi
,
Assamese
,
Manipuri
,
Bengali
,
Punjabi
,
Tamil
,
Kannada