ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଲଣ୍ଡନରେ ବିଶ୍ୱ ଟିମ୍ ବ୍ଲିଜ ପ୍ରତିଯୋଗିତାର ବ୍ଲିଜ ସେମିଫାଇନାଲରେ ଐତିହାସିକ ବିଜୟ ପାଇଁ ଦିବ୍ୟା ଦେଶମୁଖଙ୍କୁ ଅଭିନନ୍ଦନ ଜଣାଇଲେ

ପୋଷ୍ଟ କରାଯିବା ଦିନାଙ୍କ: 19 JUN 2025 2:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଚେସ୍ ଖେଳାଳି ଦିବ୍ୟା ଦେଶମୁଖଙ୍କୁ ଲଣ୍ଡନରେ ବିଶ୍ୱ ଟିମ୍ ବ୍ଲିଜ ପ୍ରତିଯୋଗିତାର ବ୍ଲିଜ ସେମିଫାଇନାଲର ଦ୍ୱିତୀୟ ପର୍ଯ୍ୟାୟରେ ବିଶ୍ୱର ଏକ ନମ୍ବର ଖେଳାଳି ହୋଉ ୟିଫାନଙ୍କୁ ହରାଇ ଐତିହାସିକ ବିଜୟ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରୀ ମୋଦୀ ଏକ୍ସ ପୋଷ୍ଟ ରେ ଲେଖିଛନ୍ତି;

“ଲଣ୍ଡନରେ ବିଶ୍ୱ ଟିମ୍ ବ୍ଲିଜ ପ୍ରତିଯୋଗିତାର ବ୍ଲିଜ ସେମିଫାଇନାଲର ଦ୍ୱିତୀୟ ପର୍ଯ୍ୟାୟରେ ବିଶ୍ୱର ଏକ ନମ୍ବର ଖେଳାଳି ହୋଉ ୟିଫାନଙ୍କୁ ହରାଇଥିବାରୁ ଦିବ୍ୟା ଦେଶମୁଖଙ୍କୁ ଅଭିନନ୍ଦନ । ତାଙ୍କ ସଫଳତାର ତାଙ୍କର ଦୃଢ଼ ଧୈର୍ଯ୍ୟ ଏବଂ ଦୃଢ଼ ସଂକଳ୍ପକୁ ଦର୍ଶାଉଛି । ଏହା ମଧ୍ୟ ଆଗାମୀ ପିଢ଼ିର ଚେସ୍ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ । ଭବିଷ୍ୟତର ପ୍ରୟାସ ପାଇଁ ଅନେକ ଶୁଭକାମନା ।

@DivyaDeshmukh05”

SR


(ରିଲିଜ ଆଡି: 2159374) ପରିଦର୍ଶକ କାଉଣ୍ଟର : 17