ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତୀୟ ଏବଂ ଯୁକ୍ତରାଜ୍ୟର ବ୍ୟବସାୟୀ ନେତାଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ଏବଂ ଯୁକ୍ତରାଜ୍ୟର ପ୍ରଧାନମନ୍ତ୍ରୀ
प्रविष्टि तिथि:
24 JUL 2025 7:38PM by PIB Bhubaneshwar
ଐତିହାସିକ ଭାରତ-ୟୁକେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା [CETA] ସ୍ୱାକ୍ଷର କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଜ୍ୟର ପ୍ରଧାନମନ୍ତ୍ରୀ ମହାମାନ୍ୟ ସାର୍ କୀର ଷ୍ଟାରମର୍ ଆଜି ଭାରତ ଏବଂ ଯୁକ୍ତରାଜ୍ୟର ବ୍ୟବସାୟୀ ନେତାମାନଙ୍କ ସହିତ ସାକ୍ଷାତ କରିଛନ୍ତି । ସ୍ୱାସ୍ଥ୍ୟ, ଔଷଧ, ରତ୍ନ ଓ ଅଳଙ୍କାର, ଅଟୋମୋବାଇଲ୍, ଶକ୍ତି, ଉତ୍ପାଦନ, ଟେଲିକମ୍, ପ୍ରଯୁକ୍ତିବିଦ୍ୟା, ଆଇଟି, ମାଲ୍ ପରିବହନ, ବୟନ ଏବଂ ଆର୍ଥିକ ସେବା କ୍ଷେତ୍ରର ପ୍ରମୁଖ ଶିଳ୍ପପତିମାନେ ବୈଠକରେ ଉପସ୍ଥିତ ଥିଲେ । ଏହି କ୍ଷେତ୍ରଗୁଡ଼ିକ ଉଭୟ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସମାବେଶୀ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ।
ଦୁଇ ନେତା ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ବିନିଯୋଗ ସମ୍ପର୍କର ବିସ୍ତାର ଉପରେ ଆଲୋକପାତ କରିଥିଲେ । ବ୍ୟବସାୟୀ ନେତାମାନଙ୍କ ସହିତ ଆଲୋଚନା କରି, ସେମାନେ ବାଣିଜ୍ୟ, ନିବେଶ ଏବଂ ନବସୃଜନ ସହଭାଗୀତାକୁ ଆହୁରି ସୁଦୃଢ କରିବା ପାଇଁ CETA ରୁ ସୃଷ୍ଟ ସମ୍ଭାବ୍ୟ ସୁଯୋଗ ଗୁଡ଼ିକୁ ସଦୁପଯୋଗ କରି ବ୍ୟାପାର, ବିନିଯୋଗ ଓ ନୂତନତ୍ୱ ଭିତ୍ତିକ ଭାଗୀଦାରିକୁ ଗଭୀର କରିବା ପାଇଁ ଉତ୍ସାହିତ କରିଥିଲେ ।
ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ମାଧ୍ୟମରେ ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିବା ସହିତ, ସେମାନେ ଉଲ୍ଲେଖ କରିଛନ୍ତି ଯେ, ନୂତନ ଚୁକ୍ତିନାମା ଦୁଇ ଅର୍ଥନୀତିରେ ଏବଂ ବିଶ୍ୱ ଆର୍ଥିକ ଦୃଶ୍ୟପଟରେ ବ୍ୟବସାୟିକ ଭାବନାକୁ ବୃଦ୍ଧି କରିବ । CETA ର ପ୍ରାୟୋଗିକ ଲାଭ ଉପରେ ଆଲୋକପାତ କରି, ଦୁଇ ନେତା ଏକ ପ୍ରଦର୍ଶନୀ ବୁଲିଥିଲେ ଯେଉଁଥିରେ ଉଭୟ ରାଷ୍ଟ୍ରର ପ୍ରମୁଖ ଉତ୍ପାଦ ଏବଂ ନବସୃଜନର ଏକ ପ୍ରଭାବଶାଳୀ ପ୍ରଦର୍ଶନ ରହିଥିଲା । ପ୍ରଦର୍ଶନୀରେ ରତ୍ନ ଓ ଅଳଙ୍କାର, ଇଞ୍ଜିନିୟରିଂ ସାମଗ୍ରୀ, ଗୁଣାତ୍ମକ ଉପଭୋକ୍ତା ଉତ୍ପାଦ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ସମାଧାନ ଅନ୍ତର୍ଭୁକ୍ତ ଥିଲା ।
ଭାରତ-ୟୁକେ ବ୍ୟବସାୟୀ ନେତାମାନେ ଐତିହାସିକ ବାଣିଜ୍ୟ ଚୁକ୍ତିନାମାକୁ ପ୍ରଶଂସା କରିଛନ୍ତି ଏବଂ ଆଶା ପ୍ରକାଶ କରିଛନ୍ତି ଯେ, ଏହା ବ୍ୟାପକ ରଣନୈତିକ ସହଭାଗୀତାରେ ଏକ ନୂତନ ଯୁଗର ଆରମ୍ଭ କରିବ ଏବଂ କେବଳ ବାଣିଜ୍ୟ ଏବଂ ଅର୍ଥନୀତିରେ ନୁହେଁ, ବରଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ନବସୃଜନ, ଗବେଷଣା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସହଯୋଗକୁ ଆହୁରି ସୁଦୃଢ କରିବ ।
ନୂତନ ଚୁକ୍ତିନାମାର ସମ୍ଭାବନାକୁ ଉପଯୋଗ କରିବା ଏବଂ ଆଗାମୀ ବର୍ଷ ପାଇଁ ଆର୍ଥିକ ସହଯୋଗର ବନ୍ଧନକୁ ଆହୁରି ସୁଦୃଢ କରିବା ପାଇଁ ଉଭୟ ନେତା ଛୋଟ ଏବଂ ବଡ଼ ବ୍ୟବସାୟକୁ ସମର୍ଥନ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି ।
*****
MT
(रिलीज़ आईडी: 2159297)
आगंतुक पटल : 11
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam