ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦିଲ୍ଲୀରେ ଏନ୍‌ଡିଏ ମୁଖ୍ୟମନ୍ତ୍ରୀମାନଙ୍କର ସମ୍ମିଳନୀରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

Posted On: 25 MAY 2025 6:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ଏନ୍‌ଡିଏ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି । ଏହି ଅବସରରେ ସେ ବିକାଶର ଗତିକୁ ଅଧିକ ଦୃତ କରିବା ଏବଂ ଡବଲ ଇଞ୍ଜିନ ସରକାରଙ୍କ ଲାଭକୁ ଅଧିକ ପ୍ରଭାବଶାଳୀ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବା ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏକ୍ସରେ ଏକ ଥ୍ରେଡ ପୋଷ୍ଟରେ ସେ ଲେଖିଛନ୍ତି;

“ଦିଲ୍ଲୀରେ ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲି । ଏହି ଅବସରରେ ଆମେ ବିଭିନ୍ନ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରିଥିଲୁ । ବିଭିନ୍ନ ରାଜ୍ୟ ଜଳ ସଂରକ୍ଷଣ, ଅଭିଯୋଗ ସମାଧାନ, ପ୍ରଶାସନିକ ଢାଞ୍ଚାକୁ ସୁଦୃଢ଼ କରିବା, ଶିକ୍ଷା, ମହିଳା ସଶକ୍ତିକରଣ, କ୍ରୀଡା ଏବ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସର୍ବୋତ୍ତମ ପ୍ରୟାସ ପ୍ରଦର୍ଶନ କରିଥିଲେ । ଏହି ଅଭିଜ୍ଞତାଗୁଡିକ ଶୁଣି ବହୁତ ଭଲ ଲାଗିଲା ।”

“ପ୍ରଧାନମନ୍ତ୍ରୀ ଆହୁରିମଧ୍ୟ ଲେଖିଛନ୍ତି, ମୁଁ ଆମ ବିକାଶକୁ ଅଧିକ ଗତିଶୀଳ କରାଇବା ଏବଂ ଡବଲ ଇଞ୍ଜିନ ସରକାରଙ୍କ ଲାଭକୁ ପ୍ରଭାବଶାଳୀ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବା ନିଶ୍ଚିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲି । ଏଥିସହ ସ୍ୱଚ୍ଛତା, ପରିମଳ, ସ୍ୱାସ୍ଥ୍ୟସେବା, ଯୁବ ସଶକ୍ତିକରଣ, କୃଷି, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଦୃଢ଼ ସମନ୍ୱୟ ଗଠନ କରିବା ବିଷୟରେ କଥା ହୋଇଥିଲି ।”

SR


(Release ID: 2159055)