ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କର ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 04 JUL 2025 8:50AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ ଆମ ସମାଜ ପାଇଁ ସ୍ୱାମୀ ବିବେକାନନ୍ଦଙ୍କ ବିଚାର ଏବଂ ଦୃଷ୍ଟିକୋଣ ଆମର ମାର୍ଗଦର୍ଶୀ ଆଲୋକ ହୋଇ ରହିଛି। ସେ ଆମ ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟ ପ୍ରତି ଗର୍ବ ଏବଂ ବିଶ୍ୱାସର ଭାବନା ଜାଗ୍ରତ କରିଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘‘ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ପୂଣ୍ୟ ତିଥିରେ ମୁଁ ପ୍ରଣାମ କରୁଛି। ଆମ ସମାଜ ପାଇଁ ତାଙ୍କର ବିଚାର ଏବଂ ଦୃଷ୍ଟିକୋଣ ଆମର ମାର୍ଗଦର୍ଶୀ ଆଲୋକ ହୋଇ ରହିଛି। ସେ ଆମ ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟ ପ୍ରତି ଗର୍ବ ଏବଂ ଆତ୍ମବିଶ୍ୱାସର ଭାବନା ଜାଗ୍ରତ କରିଥିଲେ। ସେ ସେବା ଏବଂ କରୁଣାର ପଥରେ ଚାଲିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।’’

***

 

PS

 

 


(ରିଲିଜ ଆଡି: 2158973) ପରିଦର୍ଶକ କାଉଣ୍ଟର : 39