ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ


ରାଷ୍ଟ୍ରପତି ମିର୍ଜିୟୋୟେଭ ପ୍ରଧାନମନ୍ତ୍ରୀ ଏବଂ ଭାରତର ଜନସାଧାରଣଙ୍କୁ ଆଗାମୀ ୭୯ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ

ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରମୁଖ କ୍ଷେତ୍ରରେ ପ୍ରଗତିର ସମୀକ୍ଷା କଲେ

ଦୁଇ ନେତା ଭାରତ ଏବଂ ମଧ୍ୟ ଏସିଆ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଲେ

ପୋଷ୍ଟ କରାଯିବା ଦିନାଙ୍କ: 12 AUG 2025 7:06PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଜବେକିସ୍ତାନର ରାଷ୍ଟ୍ରପତି ଶ୍ରୀ ଶଭକତ ମିର୍ଜିୟୋୟେଭଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।

ରାଷ୍ଟ୍ରପତି ମିର୍ଜିୟୋୟେଭ ଭାରତର ଆଗାମୀ ୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏବଂ ଭାରତର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ ।

ଦୁଇ ନେତା ବାଣିଜ୍ୟ, ସଂଯୋଗୀକରଣ, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଲୋକ ସମ୍ପର୍କ ସମେତ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରମୁଖ କ୍ଷେତ୍ରରେ ପ୍ରଗତିର ସମୀକ୍ଷା କରିଥିଲେ ।

ଏହାଛଡା ସେମାନେ ମଧ୍ୟ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ମତ ଆଦାନପ୍ରଦାନ କରିଥିଲେ । ଭାରତ ଏବଂ ମଧ୍ୟ ଏସିଆ ମଧ୍ୟରେ ପୁରୁଣା ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ଦୁଇ ନେତା ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ ।

 

SR


(ରିଲିଜ ଆଡି: 2158844) ପରିଦର୍ଶକ କାଉଣ୍ଟର : 28