ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଐତିହାସିକ ଦ୍ୱିତୀୟ ପାଳି ପାଇଁ ଅଭିନନ୍ଦନ ଜଣାଇଲେ


ଦୁଇ ନେତା ପାରସ୍ପରିକ ରୂପରେ ଲାଭକରୀ ଏବଂ ବିଶ୍ୱସନୀୟ ସହଭାଗିତା ଦିଗରେ କାମ କରିବାକୁ ନିଜର ପ୍ରତିବଦ୍ଧତା ଦୋହରାଇଲେ

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଟ୍ରମ୍ପ ପଶ୍ଚିମ ଏସିଆ, ୟୁକ୍ରେନ ଏବଂ ଅନ୍ୟ ବୈଶ୍ୱିକ ପ୍ରସଙ୍ଗରେ ସିଦ୍ଧାନ୍ତର ଆଦାନପ୍ରଦାନ କଲେ

ନେତାଦ୍ୱୟ ବୈଶ୍ୱିକ ଶାନ୍ତି, ସମୃଦ୍ଧି ଏବଂ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମିଳିମିଶି କାମ କରିବାକୁ ପ୍ରତିବଦ୍ଧତା ଦୋହରାଇଲେ

ନେତା ଦ୍ୱୟ ଶୀଘ୍ର ଭେଟ ହେବା ପାଇଁ ସହମତି ପ୍ରକାଶ କଲେ

प्रविष्टि तिथि: 27 JAN 2025 10:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାମହିମ ଡୋନାଲଡ ଜେ. ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ସଂଯୁକ୍ତ ରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ତାଙ୍କର ଐତିହାସିକ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଲେ ।

ଦୁଇ ନେତା ପାରସ୍ପରିକ ରୂପରେ ଲାଭକରୀ ଏବଂ ବିଶ୍ୱସନୀୟ ସହଭାଗିତା ଦିଗରେ କାମ କରିବାକୁ ନିଜର ପ୍ରତିବଦ୍ଧତା ଦୋହରାଇଲେ । ନେତାଦ୍ୱୟ ବ୍ୟାପକ ଦ୍ୱିପାକ୍ଷିକ ବୈଶ୍ୱିକ ରଣନୀତିକ ସହଭାଗିତାର ବିଭିନ୍ନ ପଦକ୍ଷେପ ଏବଂ ଏହାକୁ ଆଗକୁ ବଢ଼ାଇବାର ଉପାୟ ଉପରେ ଆଲୋଚନା କଲେ । ଏହା ମଧ୍ୟରେ ପ୍ରାଦ୍ୟୋଗିକୀ, ବ୍ୟାପାର, ନିବେଶ, ଶକ୍ତି ଏବଂ ରକ୍ଷା କ୍ଷେତ୍ର ସାମିଲ ରହିଛି ।

ଉଭୟ ନେତା ପଶ୍ଚିମ ଏସିଆ ଏବଂ ୟୁକ୍ରେନ ସ୍ଥିତି ସହିତ ବୈଶ୍ୱିକ ପ୍ରସଙ୍ଗ ଉପରେ ନିଜସ୍ୱ ସିଦ୍ଧାନ୍ତର ଆଦାନ ପ୍ରଦାନ କଲେ । ବୈଶ୍ୱିକ ଶାନ୍ତି, ସମୃଦ୍ଧି ଏବଂ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ମିଳିମିଶି କାମ କରିବାକୁ ପ୍ରତିବଦ୍ଧତା ଦୋହରାଇଲେ ।

ନେତାମାନେ ସମ୍ପର୍କରେ ରହିବା ସହ ଶୀଘ୍ର ପାରସ୍ପରିକ ରୂପରେ ସୁବିଧାଜନକ ସମୟରେ ଭେଟ ପାଇଁ ସହମତ ବ୍ୟକ୍ତ କରିଥିଲେ ।

SR


(रिलीज़ आईडी: 2158843) आगंतुक पटल : 9
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam