ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମ ସରକାର କୃଷକମାନଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ


୨୦୨୫ର ପ୍ରଥମ କ୍ୟାବିନେଟ ବୈଠକ ଆମ କୃଷକମାନଙ୍କ ସମୃଦ୍ଧି ପାଇଁ ସମର୍ପିତ : ପ୍ରଧାନମନ୍ତ୍ରୀ

Posted On: 01 JAN 2025 5:13PM by PIB Bhubaneshwar

୨୦୨୫ର ପ୍ରଥମ କ୍ୟାବିନେଟରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁନର୍ବାର କହିଛନ୍ତି ଯେ ସରକାର କୃଷକମାନଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି;

“ଆମର ସରକାର କୃଷକମାନଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଆମେ ଆମର ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଗର୍ବିତ, ଯେଉଁମାନେ ଆମ ଦେଶକୁ ଖାଦ୍ୟ ଯୋଗାଇବାକୁ କଠିନ ପରିଶ୍ରମ କରନ୍ତି । ୨୦୨୫ର ପ୍ରଥମ କ୍ୟାବିନେଟ ଆମର କୃଷକମାନଙ୍କ ସମୃଦ୍ଧି ବଢ଼ାଇବା ପାଇଁ ଉତ୍ସର୍ଗୀକୃତ । ମୁଁ ଖୁସି ଯେ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।”

 

SR


(Release ID: 2158833) Visitor Counter : 2