ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗତ ୧୧ ବର୍ଷ ମଧ୍ୟରେ ସୁଲଭ ଏବଂ ସ୍ୱଚ୍ଛ ଶକ୍ତି ପାଇଁ ଏକ ଦୃଢ଼ ପ୍ରୟାସ ସହିତ ଭାରତର ଶକ୍ତି କ୍ଷେତ୍ରର ଢାଞ୍ଚାଗତ ପରିବର୍ତ୍ତନ ବିଷୟରେ ଏକ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 04 JUN 2025 1:36PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି। ଏହି ଆଲେଖ୍ୟରେ ଗତ ୧୧ ବର୍ଷ ମଧ୍ୟରେ ସୁଲଭ ଏବଂ ସ୍ୱଚ୍ଛ ଶକ୍ତି ପାଇଁ ଏକ ଦୃଢ଼ ପ୍ରୟାସ ସହିତ ଭାରତର ଶକ୍ତି କ୍ଷେତ୍ର ଏକ ଢାଞ୍ଚାଗତ ପରିବର୍ତ୍ତନ ବିଷୟରେ ଉଲ୍ଲେଖ ରହିଛି।

କେନ୍ଦ୍ର ମନ୍ତ୍ରୀଙ୍କର ଏହି ନିବନ୍ଧର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

‘‘ଗତ ୧୧ ବର୍ଷ ମଧ୍ୟରେ, ଭାରତର ଶକ୍ତି କ୍ଷେତ୍ରରେ ସଂସ୍କାର, ସବୁଜ ପଦକ୍ଷେପ ଏବଂ ଆତ୍ମନିର୍ଭରଶୀଳତା ଉପରେ ଧ୍ୟାନ ଦେଇ ସୁଲଭ ସ୍ୱଚ୍ଛ ଶକ୍ତି ପାଇଁ ଏକ ଦୃଢ଼ ପ୍ରୟାସ ସହିତ ଏକ ଢାଞ୍ଚାଗତ ପରିବର୍ତ୍ତନ ଆସିଛି। କେନ୍ଦ୍ର ମନ୍ତ୍ରୀ ଶ୍ରୀ @HardeepSPuriଙ୍କ ଏହି ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଲେଖାଟି ପଢ଼ନ୍ତୁ।’’

***

PS

 


(ରିଲିଜ ଆଡି: 2158788) ପରିଦର୍ଶକ କାଉଣ୍ଟର : 20