ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାକୋରୀ ଘଟଣାର ୧୦୦ ବର୍ଷ ପୂର୍ତ୍ତୀ ଅବସରରେ ଦେଶପ୍ରେମୀ ଭାରତୀୟ କ୍ରାନ୍ତିକାରୀମାନଙ୍କର ସାହସକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
09 AUG 2025 2:59PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାକୋରୀ ଘଟଣାର ୧୦୦ ବର୍ଷ ପୂର୍ତ୍ତୀ ଅବସରରେ ଏଥିରେ ଅଂଶଗ୍ରହଣ କରିଥିବା ଭାରତୀୟମାନଙ୍କ ସାହସ ଏବଂ ଦେଶପ୍ରେମକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶହେ ବର୍ଷ ପୂର୍ବେ କାକୋରୀରେ ଦେଶପ୍ରେମୀ ଭାରତୀୟମାନେ ଯେଉଁ ସାହସ ଦେଖାଇଥିଲେ ତାହା ଉପନିବେଶବାଦୀ ଶାସନ ବିରୁଦ୍ଧରେ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷକୁ ନୂଆ ରୂପରେଖ ପ୍ରଦାନ କରିଥିଲା। ସେ ଉଲ୍ଲେଖ କରିଥିଲେ ଯେ, ଉପନିବେଶବାଦୀ ଶୋଷଣକୁ ବୃଦ୍ଧି କରିବା ପାଇଁ ଲୋକଙ୍କ ଟଙ୍କା ବ୍ୟବହାର କରାଯାଉଥିବାରୁ ସେମାନେ କ୍ରୋଧିତ ହୋଇଥିଲେ।
ଶ୍ରୀ ମୋଦୀ କହିଥିଲେ ଯେ, ସେମାନଙ୍କ ସାହସକୁ ଭାରତର ଲୋକମାନେ ସର୍ବଦା ମନେ ରଖିବେ । ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତ ପାଇଁ ସେମାନଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ସେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଶହେ ବର୍ଷ ପୂର୍ବେ ଏହି ଦିନ, କାକୋରୀରେ ଦେଶପ୍ରେମୀ ଭାରତୀୟମାନେ ଯେଉଁ ସାହସ ଦେଖାଇଥିଲେ ତାହା ଉପନିବେଶବାଦୀ ଶାସନ ବିରୁଦ୍ଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷକୁ ଉଜାଗର କରିଥିଲା । ଉପନିବେଶବାଦୀ ଶୋଷଣକୁ ଆହୁରି ବୃଦ୍ଧି କରିବା ପାଇଁ ଲୋକଙ୍କ ଟଙ୍କାକୁ ବ୍ୟବହାର କରାଯାଉଥିବାରୁ ସେମାନେ କ୍ରୋଧିତ ହୋଇଥିଲେ । ସେମାନଙ୍କର ସାହସକୁ ଭାରତର ଲୋକମାନେ ସର୍ବଦା ମନେ ରଖିବେ । ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତ ପାଇଁ ସେମାନଙ୍କ ସ୍ୱପ୍ନ ପୂରଣ କରିବାକୁ ଆମେ ସର୍ବଦା କାମ କରିବୁ ।”
SR
(रिलीज़ आईडी: 2155352)
आगंतुक पटल : 18
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam