ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଜାତୀୟ ଶିକ୍ଷା ନୀତି -୨୦୨୦ର ୫ ବର୍ଷ ପୂର୍ତ୍ତି



‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ଦିଗରେ ଜାତୀୟ ଶିକ୍ଷା ନୀତି ସବୁଠୁ ପ୍ରଭାବଶାଳୀ ଅସ୍ତ୍ର - ଧର୍ମେନ୍ଦ୍ର ପ୍ରଧାନ

ଅଖିଳ ଭାରତୀୟ ଶିକ୍ଷା ସମାଗମ-୨୦୨୫ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ପ୍ରାୟ ୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଅନାବରଣ

ଯୋଗଦେଲେ ଶିକ୍ଷା ସମୁଦାୟର ପରିବାର, ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀ, ସ୍କୁଲ ଓ ଉଚ୍ଚ ଶିକ୍ଷା କ୍ଷେତ୍ରର ବ୍ୟକ୍ତିବିଶେଷ ଏବଂ ଛାତ୍ରଛାତ୍ରୀ

ଜାତୀୟ ଶିକ୍ଷା ନୀତିର ୫ ବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଜାତୀୟ ଶିକ୍ଷା ନୀତିର ଶିଳ୍ପୀକାର ପଦ୍ମବିଭୂଷଣ ସ୍ୱର୍ଗତ ଡକ୍ଟର କେ କସ୍ତୁରୀରଙ୍ଗନଙ୍କୁ ଶ୍ରଦ୍ଧାଞ୍ଜଳି

ଶିକ୍ଷା କ୍ଷେତ୍ରରେ ନୂଆ ପଦକ୍ଷେପ, ନୂଆ କ୍ୟାମ୍ପସର ଉଦଘାଟନ ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ

ଜାତୀୟ ଶିକ୍ଷା ନୀତିର ପ୍ରମୁଖ କ୍ଷେତ୍ର ଉପରେ ଅଧିବେଶନରେ ହେଲା ଆଲୋଚନା

ଶିକ୍ଷାଗତ ପରିବର୍ତ୍ତନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଏଜେଣ୍ଡା ପ୍ରସ୍ତୁତ

ମଲଟିମିଡିଆ ପ୍ରଦର୍ଶନୀ ପ୍ରଦର୍ଶିତ

Posted On: 29 JUL 2025 3:10PM by PIB Bhubaneshwar

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୨୯ - 'ିକଶିତ ଭାରତ' କେବଳ ଏକ ଭିଜନ ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ୋଦୀଙ୍କ ଦ୍ୱାରା ଦିଆଯାଇଥିବା କାମକୁ କାର୍ଯ୍ୟକାରୀ କରିବା ଦିଗରେ ଏକ ଶକ୍ତିଶାଳୀ ଆହ୍ୱାନ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାକୁ ହେଲେ ଜାତୀୟ ଶିକ୍ଷା ନୀତି ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଜାତୀୟ ଶିକ୍ଷା ନୀତି ୨୦୨୦ର ୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଅଖିଳ ଭାରତୀୟ ଶିକ୍ଷା ସମାଗମ (ଏବିଏସଏସ)-୨୦୨୫କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏହି ଗୌରବମୟ ଅବସରରେ ଜାତୀୟ ଶିକ୍ଷା ନୀତି ୨୦୨୦ର ଡ୍ରାଫଟିଂ କମିଟିର ଅଧ୍ୟକ୍ଷ ପଦ୍ମବିଭୂଷଣ ଡକ୍ଟର କେ କସ୍ତୁରୀରଙ୍ଗନଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ, ଭାରତର ଶିକ୍ଷା ଏବଂ ମହାକାଶ କ୍ଷେତ୍ରରେ ଅଗ୍ରଣୀ ଅବଦାନକୁ ସ୍ୱୀକୃତି ଦେଇ ଶ୍ରୀ ପ୍ରଧାନଙ୍କ ସମେତ ସମ୍ମାନିତ ବ୍ୟକ୍ତିମାନେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହା ପରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଜୟନ୍ତ ଚୌଧୁରୀ ଜାତୀୟ ଶିକ୍ଷା ନୀତିର ପଞ୍ଚମ ବାର୍ଷିକୀରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ମଧ୍ୟ ପଠ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ସ୍କୁଲ ଶିକ୍ଷା ସ୍ୱାକ୍ଷରତା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପ୍ରାୟ ୪,୦୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଅନାବରଣ କରିଥିଲେ । ଏହି ପ୍ରକଳ୍ପରେ ଶିକ୍ଷା କ୍ଷେତ୍ରରେ ନୂଆ ଉପକ୍ରମ, ପଦକ୍ଷେପ, ନୂଆ କ୍ୟାମ୍ପସର ଉଦଘାଟନ ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ ଅନ୍ତର୍ଭୃକ୍ତ ।

ଏହି ଅବସରରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ୨୦୨୦ର ପାଞ୍ଚ ବର୍ଷ ସଫଳ ସମାପନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବର୍ତ୍ତନକାରୀ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି । ଭାରତର ଅଭିବୃଦ୍ଧିରେ ଶିକ୍ଷାର ବଡ଼ ଭୂମିକା ରହିବ ବୋଲି ପ୍ରଧାନମନ୍ତ୍ରୀଙ୍କ ମନରେ ରହିଛି । ଦେଶ "ବିକଶିତ ଭାରତ ୨୦୪୭" ର କଳ୍ପନା ଆଡକୁ ଅଗ୍ରସର ହେଉଥିବା ବେଳେ ଜାତୀୟ ଶିକ୍ଷା ନୀତି ଏହାକୁ ଆଗେଇ ନେବା ଦିଗରେ ଏକ ଜାତୀୟ ମିଶନ ଭାବରେ କାର୍ଯ୍ୟ କରିବ । ବିଗତ ପାଞ୍ଚ ବର୍ଷ ମଧ୍ୟରେ ସରକାର ଜାତୀୟ ଶିକ୍ଷା ନୀତିକୁ ପଲିସିରୁ ପ୍ରାକ୍ଟିସକୁ ନେବାରେ ସଫଳ ହୋଇଛନ୍ତି । ଏହି ନୀତି ଶିକ୍ଷା ବ୍ୟବସ୍ଥାରେ ଏକ ଅନୁକରଣୀୟ ପରିବର୍ତ୍ତନ ଆଣିବା ସହ ଶ୍ରେଣୀଗୃହ, କ୍ୟାମ୍ପସ ଏବଂ ସମୁଦାୟ ପର୍ଯ୍ୟନ୍ତ ପହଞ୍ଚିଛି ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ ଯେ ଜାତୀୟ ଶିକ୍ଷା ନୀତିର ମୂଳରେ ଭାରତୀୟ ବିଚାରଧାରା ରହିଛି ବୈଜ୍ଞାନିକ ଶିକ୍ଷା, ନବସୃଜନ, ଗବେଷଣା, ଭାରତୀୟ ଜ୍ଞାନ ପ୍ରଣାଳୀ ଏବଂ ଭାରତୀୟ ଭାଷା ଉପରେ ଶିକ୍ଷା ନୀତି ବିଶେଷ ଧ୍ୟାନ ଦେବା ସହ ଶିକ୍ଷା ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ବ୍ୟାପକ ଲକ୍ଷ୍ୟ ରଖିଛି ।ପ୍ରତ୍ୟେକ ଶ୍ରେଣୀଗୃହରେ ଏକ ଅର୍ଥପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବା ଉପରେ ଦୃଷ୍ଟି ଦେବା ସହ ପ୍ରତ୍ୟେକ ପିଲାର ସାମର୍ଥ୍ୟକୁ ପ୍ରସ୍ଫୁଟିତ ସୁନିଶ୍ଚିତ କରିବା ପାଇଁ ଶ୍ରୀ ପ୍ରଧାନ ସେ ସମସ୍ତ ଅଂଶୀଦାରଙ୍କୁ ସକ୍ରିୟ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ

ଶ୍ରୀ ପ୍ରଧାନ କହିଥିଲେ ଅଖିଳ ଭାରତୀୟ ଶିକ୍ଷା ସମାଗମ କେବଳ ଏକ ସମ୍ମିଳନୀ ନୁହେଁ ବରଂ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଜାତୀୟ ସଂକଳ୍ପର ଏକ ସାମୂହିକ ଅଭିବ୍ୟକ୍ତି । ସେ ସମସ୍ତଙ୍କୁ ଜାତୀୟ ଶିକ୍ଷା ନୀତିର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ମନର ସହ ପ୍ରତିବଦ୍ଧ ହେବାକୁ ଆହ୍ୱାନ କରିଥିଲେ । କ୍ଲାସରୁମରୁ କ୍ରିଏଟିଭିଟି ଏବଂ ଶିକ୍ଷାରୁ ରାଷ୍ଟ୍ର ନିର୍ମାଣ ଆଡ଼କୁ ଯିବା ଦିଗରେ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ, ଡକ୍ଟର ସୁକାନ୍ତ ମଜୁମଦାର, ୧୩ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନେ ଯୋଗ ଦେଇଥିଲେ । ଉଚ୍ଚଶିକ୍ଷା ବିଭାଗ ସଚିବ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ସଚିବ, ପ୍ରମୁଖ ଶିକ୍ଷାବିତ୍, ସିବିଏସଇ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସଂଗଠନର ଆଞ୍ଚଳିକ ଅଧିକାରୀ, ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର କୁଳପତି, ନିର୍ଦ୍ଦେଶକ, ମୁଖ୍ୟ, ଅନ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ ଶିକ୍ଷା ସଚିବ, ସମଗ୍ର ଶିକ୍ଷାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଏସସିଇଆରଟିର ନିର୍ଦ୍ଦେଶକ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଏବଂ ସ୍କୁଲ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ

***


(Release ID: 2149963) Visitor Counter : 8