ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଐତିହାସିକ ଭାରତ-ବ୍ରିଟେନ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 JUL 2025 1:21PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଭାରତ-ବ୍ରିଟେନ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ଉପରେ ଏକ ଲେଖା ଶେୟାର କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଏହି ଐତିହାସିକ ଭାରତ-ୟୁକେ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତିନାମା ଭାରତୀୟ ଚାଷୀ, ମତ୍ସ୍ୟଜୀବୀ, କାରିଗର ଏବଂ କ୍ଷୁଦ୍ର ବ୍ୟବସାୟକୁ ସଶକ୍ତ କରିବା ସହ ଉପଭୋକ୍ତାମାନଙ୍କ ପାଇଁ ପ୍ରତିଦିନ ଉତ୍ତମ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ସୁନିଶ୍ଚିତ କରିବ ।”

କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ବର୍ଣ୍ଣନା କରିଛନ୍ତି ଯେ କିପରି ଐତିହାସିକ ଭାରତ-ୟୁକେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ଭାରତୀୟ ଚାଷୀ, ମତ୍ସ୍ୟଜୀବୀ, କାରିଗର ଏବଂ କ୍ଷୁଦ୍ର ବ୍ୟବସାୟକୁ ସଶକ୍ତ କରିବା ସହ ଉପଭୋକ୍ତାମାନଙ୍କ ପାଇଁ ଦୈନନ୍ଦିନ ଉତ୍ତମ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ସୁନିଶ୍ଚିତ କରିବ ।”

 

SR


(ରିଲିଜ ଆଡି: 2149538) ପରିଦର୍ଶକ କାଉଣ୍ଟର : 26