ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫୌଜା ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

Posted On: 15 JUL 2025 9:29AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଫୌଜା ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ଏବଂ ଦୃଢ଼ ମନୋଭାବ ଅନେକ ପିଢ଼ି ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲା । ପ୍ରଧାନମନ୍ତ୍ରୀ ତାଙ୍କୁ ଅବିଶ୍ୱସନୀୟ ଦୃଢ଼ତା ସହିତ ଏକ ଅସାଧାରଣ ଖେଳାଳି ଭାବରେ ପ୍ରଶଂସା କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି;

“ଫୌଜା ସିଂହ ନିଜର ଅନନ୍ୟ ବ୍ୟକ୍ତିତ୍ୱ ଏବଂ ଫିଟ୍‌ନେସ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଭାରତର ଯୁବପିଢ଼ିଙ୍କୁ ପ୍ରେରିତ କରିବାର ନିଜର ଢଙ୍ଗ ଯୋଗୁଁ ଅସାଧାରଣ ଥିଲେ । ସେ ଅବିଶ୍ୱସନୀୟ ଦୃଢ଼ ସଂକଳ୍ପ ସହିତ ଜଣେ ଅସାଧାରଣ ଖୋଳାଳି ଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ସମଗ୍ର ବିଶ୍ୱରେ ତାଙ୍କର ଅଗଣିତ ପ୍ରଶଂସକଙ୍କ ସହିତ ମୋର ସମବେଦନା ରହିଛି ।”

 

SR


(Release ID: 2144816)