ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ବନ୍ୟା, ଭୂସ୍ଖଳନ ପ୍ରଭାବିତ ରାଜ୍ୟ ଆସାମ, ମଣିପୁର, ମେଘାଳୟ, ମିଜୋରାମ, କେରଳ, ଉତ୍ତରାଖଣ୍ଡ ପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁରି କଲେ କେନ୍ଦ୍ର ସରକାର
ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ୍) ଅଧୀନରେ କେନ୍ଦ୍ରୀୟ ଅଂଶରୁ ଏହି ପାଣ୍ଠି ଆବଣ୍ଟନ କରାଯାଇଛି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଚଳିତ ବର୍ଷ ୧୯ଟି ରାଜ୍ୟକୁ ଏସଡିଆରଏଫ୍/ଏନଡିଆରଏଫ୍ ପାଣ୍ଠିରୁ ୮ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି
ମୋଦୀ ସରକାର ସମସ୍ତ ପରିସ୍ଥିତିରେ ରାଜ୍ୟମାନଙ୍କ ସହିତ ଦୃଢତାର ସହ ଠିଆ ହୋଇଛନ୍ତି
ଆର୍ଥିକ ସହାୟତା ବ୍ୟତୀତ କେନ୍ଦ୍ର ସରକାର ସମସ୍ତ ବନ୍ୟା, ଭୂସ୍ଖଳନ ପ୍ରଭାବିତ ରାଜ୍ୟକୁ ଆବଶ୍ୟକ ଏନଡିଆରଏଫ୍ ଦଳ, ସେନା ଏବଂ ବାୟୁସେନା ସହାୟତା ସମେତ ସମସ୍ତ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଥିଲେ
Posted On:
10 JUL 2025 4:36PM by PIB Bhubaneshwar
କେନ୍ଦ୍ର ସରକାର ବନ୍ୟା, ଭୂସ୍ଖଳନ ପ୍ରଭାବିତ ଆସାମ, ମଣିପୁର, ମେଘାଳୟ, ମିଜୋରାମ, କେରଳ, ଉତ୍ତରାଖଣ୍ଡ ପାଇଁ ୧୦୬୬.୮୦ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ଛଅଟି ବନ୍ୟା ପ୍ରଭାବିତ ରାଜ୍ୟ ମଧ୍ୟରୁ, ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସଡିଆରଏଫ୍) ରୁ କେନ୍ଦ୍ରୀୟ ଅଂଶ ଭାବରେ ଆସାମକୁ ୩୭୫.୬୦ କୋଟି ଟଙ୍କା, ମଣିପୁରକୁ ୨୯.୨୦ କୋଟି ଟଙ୍କା, ମେଘାଳୟକୁ ୩୦.୪୦ କୋଟି ଟଙ୍କା, ମିଜୋରାମକୁ ୨୨.୮୦ କୋଟି ଟଙ୍କା, କେରଳକୁ ୧୫୩.୨୦ କୋଟି ଟଙ୍କା ଏବଂ ଉତ୍ତରାଖଣ୍ଡକୁ ୪୫୫.୬୦ କୋଟି ଟଙ୍କା ଦିଆଯାଇଛି। ଏହି ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ଅତ୍ୟଧିକ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏହି ରାଜ୍ୟଗୁଡ଼ିକ ପ୍ରଭାବିତ ହୋଇଛି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ବନ୍ୟା, ଭୂସ୍ଖଳନ, ବାଦଲଫଟା ବର୍ଷା ପ୍ରଭାବିତ ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ମୋଦୀ ସରକାର ସମସ୍ତ ପରିସ୍ଥିତିରେ ରାଜ୍ୟମାନଙ୍କ ସହିତ ଦୃଢତାର ସହ ଛିଡା ହୋଇଛନ୍ତି।
ଚଳିତ ବର୍ଷ କେନ୍ଦ୍ର ସରକାର ୧୪ଟି ରାଜ୍ୟକୁ ଏସଡିଆରଏଫ୍ ୬୧୬୬.୦୦ କୋଟି ଟଙ୍କା ଏବଂ ୧୨ଟି ରାଜ୍ୟକୁ ଏନଡିଆରଏଫ୍ ରୁ ୧୯୮୮.୯୧ କୋଟି। ଟଙ୍କା ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମ୍ଏଫ୍) ରୁ ୫ଟି ରାଜ୍ୟକୁ ୭୨୬.୨୦ କୋଟି ଟଙ୍କା ଜାରି କରାଯାଇଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମ୍ଏଫ୍) ରୁ ୨ଟି ରାଜ୍ୟକୁ ୧୭.୫୫ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।
କେନ୍ଦ୍ର ସରକାର ସମସ୍ତ ବନ୍ୟା, ଭୂସ୍ଖଳନ, ବାଦଲଫଟା ବର୍ଷା ପ୍ରଭାବିତ ରାଜ୍ୟକୁ ଆବଶ୍ୟକ ଏନଡିଆରଏଫ ଦଳ, ସେନା ଏବଂ ବାୟୁସେନା ସହାୟତା ସହିତ ସମସ୍ତ ଲଜିଷ୍ଟିକ୍ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଚଳିତ ବର୍ଷର ମୌସୁମୀ ସମୟରେ, ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏନଡିଆରଏଫ୍ ର ୧୦୪ଟି ଦଳ ନିୟୋଜିତ ହୋଇଛନ୍ତି।
HS
(Release ID: 2143835)