ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୧୭ଶ ବ୍ରିକ୍ସ ସମ୍ମିଳନୀର ପରିବେଶ ଅଧିବେଶନ, ସିଓପି-୩୦ ଓ ବିଶ୍ୱ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ
ପୋଷ୍ଟ କରାଯିବା ଦିନାଙ୍କ:
07 JUL 2025 11:38PM by PIB Bhubaneshwar
ପରିବେଶ, ସିଓପି-୩୦ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂପର୍କିତ ଏକ ଅଧିବେଶନକୁ ଆଜି ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି। ଏହି ଅଧିବେଶନରେ ଯୋଗ ଦେଇଥିଲେ ବିକ୍ସ ସଦସ୍ୟ, ସହଯୋଗୀ ରାଷ୍ଟ୍ର ଓ ନିମନ୍ତ୍ରିତ ଦେଶ। ବିଶ୍ୱର ଭବିଷ୍ୟତ ପାଇଁ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ ଅଧିବେଶନ ଆୟୋଜନ କରିଥିବାରୁ ବ୍ରାଜିଲକୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ପାଇଁ ଜଳବାୟୁ ପରିବର୍ତ୍ତନ କେବଳ ଏକ ଶକ୍ତି ସମସ୍ୟାର ମୁକାବିଲା ନୁହେଁ, ବରଂ ଏହା ହେଉଛି ଜୀବସତ୍ତା ଓ ପରିବେଶ ମଧ୍ୟରେ ସନ୍ତୁଳନକୁ ପ୍ରଭାବିତ କରୁଥିବା ପ୍ରସଙ୍ଗ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ପାଇଁ ପରିବେଶ ନ୍ୟାୟ ହେଉଛି ଏକ ନୈତିକ ଦାୟିତ୍ୱ, ଯାହାକୁ ସେ ନିଶ୍ଚିତ ଭାବେ ସଂପାଦନ କରିବ। ପରିବେଶର ସୁରକ୍ଷା ପାଇଁ ଭାରତର ଗଭୀର ପ୍ରତିବଦ୍ଧତା ଦୋହରାଇ ଅନ୍ତର୍ଜାତୀୟ ସୌର ସହଯୋଗ, ବିପର୍ଯ୍ୟୟରହିତ ଭିତ୍ତିଭୂମି ସହଯୋଗ, ବିଶ୍ୱ ଜୈବଇନ୍ଧନ ସହଯୋଗ, ଅନ୍ତର୍ଜାତୀୟ ବିଗ୍ କ୍ୟାଟ ସହଯୋଗ, ମିଶନ ଲାଇଫ୍, ମାଆ ନାଁରେ ଗଛଟିଏ ପରି ଭାରତର ଜନହିତ, ଗ୍ରହହିତ ଅଭିବୃଦ୍ଧି ଓ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସ୍ଥାୟୀ ଅଭିବୃଦ୍ଧିର ରାସ୍ତା ଆପଣେଇଛି ଭାରତ। ବିକାଶ ଆଡ଼କୁ ସବୁଠୁ ଦ୍ରୁତ ଗତିରେ ଆଗଉଥିବା ଦେଶ ମଧ୍ୟରେ ଏହା ପ୍ରମୁଖ ଅର୍ଥନୀତି ହୋଇଥିବା ସତ୍ତ୍ୱେ ସମୟ ପୂର୍ବରୁ ପ୍ୟାରିସ୍ ଚୁକ୍ତିର ସମସ୍ତ ସର୍ତ୍ତ ପୂରଣ କରିଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ବିକାଶଶୀଳ ଦେଶଗୁଡ଼ିକୁ ଟେକ୍ନୋଲଜି ପ୍ରଦାନ କରିବାକୁ ଓ ସୁଲଭ ହାରରେ ଆର୍ଥିକ ସହାୟତା କରିବାକୁ ସେ ଆହ୍ୱାନ ଦେଇଥିଲେ। ଜଳବାୟୁ ପରିବର୍ତ୍ତନକୁ ନେଇ ରୂପରେଖ ଘୋଷଣା କରିବା ଏ ଦିଗରେ ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ଉଲ୍ଲେଖ କରିଥିଲେ।
ସବୁଜ ବିକାଶ ପ୍ରତି ଭାରତର ପ୍ରତିବଦ୍ଧତା ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ସୂଚାଇ ଦେଇଥିଲେ ଯେ, କୋଭିଡ ମହାମାରୀ ସମେତ ଅନେକ ସଂକଟରେ ବିଭିନ୍ନ ଦେଶକୁ ସାହାଯ୍ୟ ପ୍ରଦାନ କରି ‘ଏକ ଦେଶ, ଏକ ସ୍ୱାସ୍ଥ୍ୟ’ର ମନ୍ତ୍ରରେ ଦୀକ୍ଷିତ ହୋଇଛି ଆମ ଦେଶ ଭାରତ। ସେ ଉଲ୍ଲେଖ କରିଥିଲେ ଯେ, ଭାରତ ସଫଳତାର ସହିତ ଡିଜିଟାଲ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରିଛି ଏବଂ ଏହାକୁ ବିଶ୍ୱର ଅନ୍ୟ ଗରିବ ଦେଶକୁ ପ୍ରଦାନ କରିବା ପାଇଁ ରାଜି ଅଛି। ଏହି ପରିପ୍ରେକ୍ଷୀରେ ପ୍ରସ୍ତୁତ କରାଯାଇଥିବା ଘୋଷଣାପତ୍ର – ବ୍ରିକ୍ସ ପାର୍ଟନରସିପ୍ ଫର ଏଲିମିନେସନ ଅଫ୍ ସୋସିଆଲି ଡିଟରମିଣ୍ଟ ଡିଜିଜ୍- କୁ ଗ୍ରହଣ କରାଯାଇଥିବାରୁ ସେ ଏହାକୁ ସ୍ୱାଗତ କରିଥିଲେ।
ଆସନ୍ତା ବର୍ଷ ବ୍ରିକ୍ସର ଅଧ୍ୟକ୍ଷ ଭାର ବହନ କରିବାକୁ ଯାଉଛି ଭାରତ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିଜ ଏଜେଣ୍ଡାରେ ଗରିବ ଦେଶଗୁଡ଼ିକୁ ଭାରତ ପ୍ରାଥମିକତା ଦେବ ଏବଂ ଜନ-କୈନ୍ଦ୍ରିକ ଓ ସର୍ବପ୍ରଥମେ ମାନବିକତା ଆଭିମୁଖ୍ୟ ଉପରେ ଫୋକସ୍ କରିବ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସକୁ ଏକ ନୂଆ ରୂପରେ ଉପସ୍ଥାପନ କରିବାକୁ ଚେଷ୍ଟା କରାଯିବ ଓ BRICS ର ବିସ୍ତାରିତ ରୂପରେଖ ହେବ - ବିଲଡିଂ ରେଜିଲିଏନ୍ସ ଆଣ୍ଡ ଇନୋଭେସନ ଫର୍ କୋଅପରେସନ ଆଣ୍ଡ ସଷ୍ଟେନେବିଲିଟି । ସଫଳତାର ସହିତ ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ଓ ଭବ୍ୟ ଆତିଥେୟତା ପ୍ରଦାନ କରିଥିବାରୁ ବ୍ରାଜିଲର ରାଷ୍ଟ୍ରପତି ଲୁଲାଙ୍କୁ ଧନ୍ୟବାଦ ଦେଇଥିଲେ ମୋଦୀ। …
BSP
(ରିଲିଜ ଆଡି: 2143306)
ପରିଦର୍ଶକ କାଉଣ୍ଟର : 29
ଏହି ରିଲିଜ ପଢନ୍ତୁ :
Telugu
,
Kannada
,
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil