ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବୋଚ୍ଚ ଜାତୀୟ ପୁରସ୍କାର ‘ଅର୍ଡର୍ ଅଫ୍ ଦ ରିପବ୍ଲିକ୍ ଅଫ୍ ତ୍ରିନିଦାଦ୍ ଆଣ୍ଡ ଟୋବାଗୋ’ରେ କରାଗଲା ସମ୍ମାନିତ
ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଅର୍ଡର୍ ଅଫ୍ ଦ ରିପବ୍ଲିକ୍ ଅଫ୍ ତ୍ରିନିଦାଦ୍ ଆଣ୍ଡ ଟୋବାଗୋ’ରେ ସମ୍ମାନିତ କରିବା ଲାଗି ମୁଁ ଆପଣଙ୍କୁ, ଆପଣଙ୍କ ସରକାରଙ୍କୁ ଏବଂ ଲୋକମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି; ଏହି ସମ୍ମାନ ଆମ ଦୁଇ ଦେଶ ମଧ୍ୟରେ ଶାଶ୍ୱତ ଏବଂ ଗଭୀର ବନ୍ଧୁତାର ପ୍ରତୀକ; ମୁଁ ୧୪୦ କୋଟି ଦେଶବାସୀଙ୍କ ତରଫରୁ ଏହି ସମ୍ମାନକୁ ସହଭାଗୀ ଗୌରବ ରୂପେ ଗ୍ରହଣ କରୁଛି: ପ୍ରଧାନମନ୍ତ୍ରୀ
ପ୍ରବାସୀ ଭାରତୀୟମାନେ ଆମର ସହଭାଗୀ ପରମ୍ପରା, ସଂସ୍କୃତି ଏବଂ ରୀତିନୀତିକୁ ଆଜି ମଧ୍ୟ ସାଇତି ରଖିବା ଅତ୍ୟନ୍ତ ଗୌରବର ବିଷୟ; ରାଷ୍ଟ୍ରପତି କଙ୍ଗାଲୁ ଜୀ ଏବଂ ପ୍ରଧାନମନ୍ତ୍ରୀ କମଲା ଜୀ ଏହି ସମୁଦାୟର ସବୁଠୁ ବଡ଼ ଦୂତ: ପ୍ରଧାନମନ୍ତ୍ରୀ
ତ୍ରିନିଦାଦ୍ ଆଣ୍ଡ ଟୋବାଗୋ କେବଳ ଭାରତର କାରିକମ୍ ସହଯୋଗୀ ନୁହେଁ ବରଂ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସହଯୋଗୀ; ସମ୍ପୂର୍ଣ୍ଣ ଗ୍ଲୋବାଲ୍ ସାଉଥ୍ ପାଇଁ ଆମର ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
Posted On:
04 JUL 2025 9:17PM by PIB Bhubaneshwar
ପୋର୍ଟ ଅଫ୍ ସ୍ପେନ୍ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ତ୍ରିନିଦାଦ ଓ ଟୋବାଗୋର ରାଷ୍ଟ୍ରପତି ମହାମହିମ ଖ୍ରୀଷ୍ଟିନ୍ କାର୍ଲା କଙ୍ଗାଲୁ ଓଆରଟିଟି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଅର୍ଡର୍ ଅଫ୍ ଦ ରିପବ୍ଲିକ୍ ଅଫ୍ ତ୍ରିନିଦାଦ୍ ଆଣ୍ଡ ଟୋବାଗୋ’ରେ ସମ୍ମାନିତ କରିଛନ୍ତି। ଅସାଧାରଣ ରାଷ୍ଟ୍ରନୀତିଜ୍ଞ କ୍ଷମତା, ଗ୍ଲୋବାଲ ସାଉଥର ପ୍ରାଥମିକତାକୁ ସମର୍ଥନ କରିବା ତଥା ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ତାଙ୍କର ଅସାଧାରଣ ଯୋଗଦାନ ନିମନ୍ତେ ଶ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ପ୍ରଥମ ବିଦେଶୀ ନେତା ଭାବେ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
୧୪୦ କୋଟି ଦେଶବାସୀଙ୍କ ତରଫରୁ ସମ୍ମାନକୁ ସ୍ୱୀକାର କରି, ପ୍ରଧାନମନ୍ତ୍ରୀ ଏହାକୁ ଦୁଇ ଦେଶର ଦୃଢ଼ ବନ୍ଧୁତାକୁ ଉତ୍ସର୍ଗ କରିଛନ୍ତି । ସେ ଗୁରୁତ୍ୱାରୋପ କରି କହିଛନ୍ତି, ଏହି ସ୍ୱତନ୍ତ୍ର ସମ୍ପର୍କ ୧୮୦ ବର୍ଷ ପୂର୍ବେ ଏଠାକୁ ଆସିଥିବା ଭାରତୀୟମାନଙ୍କ ଦ୍ୱାରା ଗଢ଼ା ହୋଇଥିବା ସହଭାଗୀ ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟ ଉପରେ ଆଧାରିତ। ସେ ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ମଧ୍ୟରେ ଦ୍ୱିପାକ୍ଷିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଏହି କାର୍ଯ୍ୟକ୍ରମରେ ତ୍ରିନିଦାଦ ଓ ଟୋବାଗୋ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀମତୀ କମଳା ପର୍ସାଦ-ବିସେସାର, ତାଙ୍କ କ୍ୟାବିନେଟର ସଦସ୍ୟ, ସଂସଦର ସଦସ୍ୟ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
******
PS
(Release ID: 2142393)
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam