ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୋର୍ଟ ଅଫ ସ୍ପେନରେ ଭୋଜପୁରୀ ଚୌତାଲ ପ୍ରଦର୍ଶନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 04 JUL 2025 9:06AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋର୍ଟ ଅଫ୍ ସ୍ପେନରେ ଏକ ପ୍ରାଣବନ୍ତ ଭୋଜପୁରୀ ଚୌତାଲ ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରିଛନ୍ତି । ସେଥିରେ ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ମଧ୍ୟରେ ସ୍ଥାୟୀ ସାଂସ୍କୃତିକ ସମ୍ପର୍କକୁ ରେଖାଙ୍କିତ କରାଯାଇଥିଲା।

ଏହି ପ୍ରଦର୍ଶନ ଦୁଇ ଦେଶ ମଧ୍ୟରେ ବିଶେଷକରି ପୂର୍ବ ଉତ୍ତର ପ୍ରଦେଶ ଏବଂ ବିହାର ସହିତ ଗଭୀର ସମ୍ପର୍କକୁ ପ୍ରତିଫଳିତ କରେ, ଯେଉଁଠାରେ ଭୋଜପୁରୀ ପରମ୍ପରା ଅନେକ ପିଢ଼ି ଧରି ସମୃଦ୍ଧ ହୋଇ ଆସିଛି ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏକ ଅତୁଲ୍ୟ ସାଂସ୍କୃତିକ ସଂଯୋଗ !

ପୋର୍ଟ ଅଫ ସ୍ପେନରେ ଏକ ଭୋଜପୁରୀ ଚୌତାଲ ପ୍ରଦର୍ଶନ ଦେଖି ବହୁତ ଖୁସି । ତ୍ରିନିଦାଦ ଏବଂ ଟୋବାଗୋ ତଥା ଭାରତ, ବିଶେଷକରି ପୂର୍ବ ଉତ୍ତର ପ୍ରଦେଶ ଏବଂ ବିହାରର କିଛି ଅଂଶ ମଧ୍ୟରେ ସଂଯୋଗ ଉଲ୍ଲେଖନୀୟ ।”

 

SR

 


(ରିଲିଜ ଆଡି: 2142080) ପରିଦର୍ଶକ କାଉଣ୍ଟର : 26