ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ସମେତ ହଙ୍ଗେରୀ, ପୋଲାଣ୍ଡ ଏବଂ ଆମେରିକାର ମହାକାଶଚାରୀମାନଙ୍କୁ ନେଇ ମହାକାଶ ମିଶନର ସଫଳ ଉତ୍‌କ୍ଷେପଣକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

Posted On: 25 JUN 2025 1:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ, ହଙ୍ଗେରୀ, ପୋଲାଣ୍ଡ ଏବଂ ଆମେରିକାର ମହାକାଶଚାରୀମାନଙ୍କୁ ନେଇ ମହାକାଶ ମିଶନର ସଫଳ ଉତ୍‌କ୍ଷେପଣକୁ ସ୍ୱାଗତ କରିଛନ୍ତି । ଶ୍ରୀ ମୋଦୀ ଭାରତୀୟ ମହାକାଶଚାରୀ, ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳାଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌କୁ ଯିବାରେ ସେ ପ୍ରଥମ ଭାରତୀୟ ହେବେ ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି;

“ଭାରତ, ହଙ୍ଗେରୀ, ପୋଲାଣ୍ଡ ଏବଂ ଆମେରିକାର ମହାକାଶଚାରୀମାନଙ୍କୁ ନେଇ ମହାକାଶ ମିଶନର ସଫଳ ଉତ୍‌କ୍ଷେପଣକୁ ଆମେ ସ୍ୱାଗତ କରୁଛୁ ।

ଭାରତୀୟ ମହାକାଶଚାରୀ, ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ଷ୍ଟେସନକୁ ଯାଉଥିବା ପ୍ରଥମ ଭାରତୀୟ ହେବାକୁ ଯାଉଛନ୍ତି । ସେ ତାଙ୍କ ସହିତ ୧୪୦ କୋଟି ଭାରତୀୟଙ୍କ ଇଚ୍ଛା, ଆଶା ଏବଂ ଆକଂକ୍ଷା ନେଇ ଯାଉଛନ୍ତି ।

ତାଙ୍କୁ ଏବଂ ସମସ୍ତ ମହାକାଶଚାରୀମାନଙ୍କୁ ସଫଳତାର ଶୁଭକାମନା ।”

 

SR


(Release ID: 2139637)