ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନକୁ ରେଖାଙ୍କିତ କରୁଥିବା ଏକ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 24 JUN 2025 1:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ଉଲ୍ଲେଖନୀୟ ପରିବର୍ତ୍ତନକୁ ରେଖାଙ୍କିତ କରୁଥିବା ଏକ ଆଲେଖ୍ୟ ଶେୟାର କରିଛନ୍ତି । ଗତ କିଛି ବର୍ଷ ଧରି ଭାରତର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନକୁ  ଏକ ସକ୍ରିୟ ଦୃଷ୍ଟିକୋଣରେ ରେଖାଙ୍କିତ କରାଯାଇଛି । ଉକ୍ତ କ୍ଷେତ୍ରରେ ଏହି ପରିବର୍ତ୍ତନ ଗ୍ରାମୀଣ ଉଦ୍ୟୋଗୀଙ୍କୁ ସଶକ୍ତ କରିଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଚିରାଗ ପାଶ୍ୱାନଙ୍କ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚିରାଗ ପାଶ୍ୱାନ ଗତ କିଛି ବର୍ଷ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ଉଲ୍ଲେଖନୀୟ ପରିବର୍ତ୍ତନକୁ ଏକ ସକ୍ରିୟ ଦୃଷ୍ଟିକୋଣରେ ରେଖାଙ୍କିତ କରିଛନ୍ତି, ଯାହା ଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିଛି ।”

 

SR


(Release ID: 2139203)