ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜି-୭ ବୈଠକ ପରିପ୍ରେକ୍ଷୀରେ କୋରିଆ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ
प्रविष्टि तिथि:
18 JUN 2025 2:53PM by PIB Bhubaneshwar
ମଙ୍ଗଳବାର ଦିନ କାନାଡର କାନନାସକିସରେ ଅନୁଷ୍ଠିତ ହୋଇଥିବା ଜି-୭ ବୈଠକ ପରିପ୍ରେକ୍ଷୀରେ କୋରିଆ ରିପ୍ଲବିକ ରାଷ୍ଟ୍ରପତିଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଛନ୍ତି । କୋରିଆ ମୁଖ୍ୟ ଲି ଜାଏ ମୟୁଙ୍ଗ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ମୋଦୀ ଆଲୋଚନା କରିଛନ୍ତି । ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରଯୁକ୍ତି ବିଦ୍ୟା, ଗ୍ରୀନ ହାଇଡ୍ରୋଜେନ, ଜାହାଜ ନିର୍ମାଣ ପରି ବିଭିନ୍ନ କ୍ଷେତ୍ରରେ ଉଭୟ କୋରିଆ ଓ ଭାରତ ମିଳିତ ଭାବେ କାମ କରିବେ ବୋଲି କୁହାଯାଇଛି । ସୋସିଆଲ ଗଣମାଧ୍ୟମ ଏକ୍ସରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କାନାଡାରେ କୋରିଆ ମୁଖ୍ୟ ଲି ମୟୁଙ୍ଗଙ୍କ ସହ ତାଙ୍କର ଭଲ କଥାବାର୍ତା ହୋଇଛି । ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
PBD
(रिलीज़ आईडी: 2137551)
आगंतुक पटल : 5
इस विज्ञप्ति को इन भाषाओं में पढ़ें:
Gujarati
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Tamil
,
Telugu
,
Kannada
,
Malayalam