ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାଇପ୍ରସର ସର୍ବୋଚ୍ଚ ସମ୍ମାନ, ଗ୍ରାଣ୍ଡ କ୍ରସ ଅଫ ଦ ଅର୍ଡର ଅଫ ମାକାରିଅସ ୩ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

ପୋଷ୍ଟ କରାଯିବା ଦିନାଙ୍କ: 16 JUN 2025 9:10PM by PIB Bhubaneswar

 

ଗ୍ରାଣ୍ଡ କ୍ରସ ଅଫ ଦ ଅର୍ଡର ଅଫ ମାକାରିଅସ ୩ ସମ୍ମାନ ପାଇଁ ଆପଣଙ୍କୁ, ସାଇପ୍ରସ ସରକାର ଏବଂ ସାଇପ୍ରସର ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ କରୁଛି, କୃତଜ୍ଞତା ଜଣାଉଛି ।

ଏହି ସମ୍ମାନ କେବଳ ମୋର, ନରେନ୍ଦ୍ର ମୋଦୀର ସମ୍ମାନ ନୁହେଁ । ଭାରତର ୧୪୦ କୋଟି ଜନସାଧାରଣଙ୍କ ସମ୍ମାନ । ସେମାନଙ୍କ ସାମର୍ଥ୍ୟ ଓ ଆକାଂକ୍ଷା ପାଇଁ ଏହା ସମ୍ମାନ ।

ଏହା ଆମ ଦେଶର ସାଂସ୍କୃତିକ ଭାଇଚାରା ଏବଂ ‘ବସୁଧୈବ କୁଟୁମ୍ବକମ୍’ବିଚାରଧାରାର ସମ୍ମାନ, ଯାହାର ଅର୍ଥ ‘ବିଶ୍ୱ ଏକ ପରିବାର’ ।

ଏହି ସମ୍ମାନକୁ ମୁଁ ଭାରତ-ସାଇପ୍ରସର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ନୀତିଗତ ସାମଞ୍ଜସ୍ୟ ଏବଂ ପାରସ୍ପରିକ ବୁଝାମଣାକୁ ଉତ୍ସର୍ଗ କରୁଛି ।

ମୁଁ ସମସ୍ତ ଭାରତୀୟଙ୍କ ପକ୍ଷରୁ ଅତ୍ୟନ୍ତ ବିନମ୍ରତା ଓ କୃତଜ୍ଞତାର ସହ ସ୍ୱୀକାର କରୁଛି ।

ଏହି ପୁରସ୍କାର ଶାନ୍ତି, ସୁରକ୍ଷା, ସ୍ୱତନ୍ତ୍ରତା, ଆଞ୍ଚଳିକ ଅଖଣ୍ଡତା, ଆମ ଲୋକଙ୍କ ସମୃଦ୍ଧି ପାଇଁ ଅତୁଟ ପ୍ରତିବଦ୍ଧତାର ପ୍ରତୀକ ।

ମହାମହିମ,

ମୁଁ ଏହି ସମ୍ମାନକୁ ଭାରତ ଓ ସାଇପ୍ରସ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଏକ ଦାୟିତ୍ୱ ବୋଲି ବିବେଚନା କରୁଛି ଏବଂ ଏହାକୁ ଏହି ରୂପରେ ଗ୍ରହଣ କରୁଛି ।

ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି କି, ଆମର ସକ୍ରିୟ ସହଭାଗିତା ଆଗାମୀ ଦିନରେ ନୂତନ ଶୀର୍ଷତାକୁ ଛୁଇଁବ ।

ଆମେ ମିଳିତ ଭାବେ କେବଳ ଆମ ଦେଶର ବିକାଶକୁ ସୁଦୃଢ଼ କରିବୁ ତାହା ନୁହେଁ, ବରଂ ଏକ ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ ବୈଶ୍ୱିକ ବାତାବରଣ ପାଇଁ ଏହାର ନିର୍ମାଣ ସକାଶେ ମିଳିତ ଭାବେ ଯୋଗଦାନ ଦେବୁ ।

ମୁଁ ପୁଣି ଥରେ ଏହି ସମ୍ମାନ ପାଇଁ ଆପଣଙ୍କୁ ହୃଦୟରୁ ବହୁତ ବହୁତ କୃତଜ୍ଞତା ବ୍ୟକ୍ତ କରୁଛି ।

ବହୁତ ବହୁତ ଧନ୍ୟବାଦ ।

SR


(ରିଲିଜ ଆଡି: 2137270) ପରିଦର୍ଶକ କାଉଣ୍ଟର : 33