ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସାଇପ୍ରସର ସର୍ବୋଚ୍ଚ ସମ୍ମାନ, ଗ୍ରାଣ୍ଡ କ୍ରସ ଅଫ ଦ ଅର୍ଡର ଅଫ ମାକାରିଅସ ୩ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
Posted On:
16 JUN 2025 9:10PM by PIB Bhubaneshwar
ଗ୍ରାଣ୍ଡ କ୍ରସ ଅଫ ଦ ଅର୍ଡର ଅଫ ମାକାରିଅସ ୩ ସମ୍ମାନ ପାଇଁ ଆପଣଙ୍କୁ, ସାଇପ୍ରସ ସରକାର ଏବଂ ସାଇପ୍ରସର ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ କରୁଛି, କୃତଜ୍ଞତା ଜଣାଉଛି ।
ଏହି ସମ୍ମାନ କେବଳ ମୋର, ନରେନ୍ଦ୍ର ମୋଦୀର ସମ୍ମାନ ନୁହେଁ । ଭାରତର ୧୪୦ କୋଟି ଜନସାଧାରଣଙ୍କ ସମ୍ମାନ । ସେମାନଙ୍କ ସାମର୍ଥ୍ୟ ଓ ଆକାଂକ୍ଷା ପାଇଁ ଏହା ସମ୍ମାନ ।
ଏହା ଆମ ଦେଶର ସାଂସ୍କୃତିକ ଭାଇଚାରା ଏବଂ ‘ବସୁଧୈବ କୁଟୁମ୍ବକମ୍’ବିଚାରଧାରାର ସମ୍ମାନ, ଯାହାର ଅର୍ଥ ‘ବିଶ୍ୱ ଏକ ପରିବାର’ ।
ଏହି ସମ୍ମାନକୁ ମୁଁ ଭାରତ-ସାଇପ୍ରସର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ନୀତିଗତ ସାମଞ୍ଜସ୍ୟ ଏବଂ ପାରସ୍ପରିକ ବୁଝାମଣାକୁ ଉତ୍ସର୍ଗ କରୁଛି ।
ମୁଁ ସମସ୍ତ ଭାରତୀୟଙ୍କ ପକ୍ଷରୁ ଅତ୍ୟନ୍ତ ବିନମ୍ରତା ଓ କୃତଜ୍ଞତାର ସହ ସ୍ୱୀକାର କରୁଛି ।
ଏହି ପୁରସ୍କାର ଶାନ୍ତି, ସୁରକ୍ଷା, ସ୍ୱତନ୍ତ୍ରତା, ଆଞ୍ଚଳିକ ଅଖଣ୍ଡତା, ଆମ ଲୋକଙ୍କ ସମୃଦ୍ଧି ପାଇଁ ଅତୁଟ ପ୍ରତିବଦ୍ଧତାର ପ୍ରତୀକ ।
ମହାମହିମ,
ମୁଁ ଏହି ସମ୍ମାନକୁ ଭାରତ ଓ ସାଇପ୍ରସ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଏକ ଦାୟିତ୍ୱ ବୋଲି ବିବେଚନା କରୁଛି ଏବଂ ଏହାକୁ ଏହି ରୂପରେ ଗ୍ରହଣ କରୁଛି ।
ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି କି, ଆମର ସକ୍ରିୟ ସହଭାଗିତା ଆଗାମୀ ଦିନରେ ନୂତନ ଶୀର୍ଷତାକୁ ଛୁଇଁବ ।
ଆମେ ମିଳିତ ଭାବେ କେବଳ ଆମ ଦେଶର ବିକାଶକୁ ସୁଦୃଢ଼ କରିବୁ ତାହା ନୁହେଁ, ବରଂ ଏକ ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ ବୈଶ୍ୱିକ ବାତାବରଣ ପାଇଁ ଏହାର ନିର୍ମାଣ ସକାଶେ ମିଳିତ ଭାବେ ଯୋଗଦାନ ଦେବୁ ।
ମୁଁ ପୁଣି ଥରେ ଏହି ସମ୍ମାନ ପାଇଁ ଆପଣଙ୍କୁ ହୃଦୟରୁ ବହୁତ ବହୁତ କୃତଜ୍ଞତା ବ୍ୟକ୍ତ କରୁଛି ।
ବହୁତ ବହୁତ ଧନ୍ୟବାଦ ।
SR
(Release ID: 2137270)
Read this release in:
English
,
Urdu
,
Hindi
,
Marathi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam