ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କ ସାଇପ୍ରସ ଗଣରାଜ୍ୟ, କାନାଡା ଓ କ୍ରୋଏସିଆ ଗସ୍ତ (୧୫-୧୯ ଜୁନ୍, ୨୦୨୫)
Posted On:
14 JUN 2025 7:22PM by PIB Bhubaneshwar
ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ନିକୋସ କ୍ରୀଷ୍ଟୋଡୋଲିଡେସ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫-୧୬ ଜୁନ୍, ୨୦୨୫ ମଧ୍ୟରେ ସାଇପ୍ରସକୁ ସରକାରୀ ଗସ୍ତରେ ଯିବେ । ଦୁଇ ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ସାଇପ୍ରସ ଗସ୍ତ ହେବ । ନିକୋସିଆରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କ୍ରୀଷ୍ଟୋଡୋଲିଡେସ୍ଙ୍କ ସହ ଆଲୋଚନା କରିବେ ଏବଂ ଲିମାସୋଲରେ ବ୍ୟାପାର ଜଗତର ପ୍ରମୁଖ ବ୍ୟକ୍ତିମାନଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ସହ ଭୂମଧ୍ୟସାଗରୀୟ କ୍ଷେତ୍ର ଏବଂ ୟୁରୋପୀୟ ସଂଘ ସହିତ ଭାରତର ଭାଗିଦାରୀକୁ ମଜବୁତ୍ କରିବା ପାଇଁ ଦୁଇ ଦେଶର ମିଳିତ ପ୍ରତିବଦ୍ଧତାକୁ ନିଶ୍ଚିତ କରିବ ।
ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ଜୁନ୍ ମଧ୍ୟରେ ଜି-୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପାଇଁ କାନାଡ଼ାର କାନାନାସ୍କିସ୍ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ କ୍ରମାଗତ ଷଷ୍ଠ ଥର ପାଇଁ ଜି-୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବେ । ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଜି-୭ ନେତୃବୃନ୍ଦଙ୍କୁ, ଅନ୍ୟାନ୍ୟ ଦେଶର ନେତା ସମୂହ ଏବଂ ଆନ୍ତର୍ଜାତିକ ସଙ୍ଗଠନ ଗୁଡ଼ିକର ମୁଖ୍ୟଙ୍କ ସହ ଶକ୍ତି ସୁରକ୍ଷା, ପ୍ରାଦ୍ୟାଗିକୀ ଏବଂ ନବାଚାର, ବିଶେଷ କରି ଏଆଇ-ଏନର୍ଜି ମେଣ୍ଟ ଏବଂ କ୍ୱାଣ୍ଟମ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରିବେ । ଶିଖର ସମ୍ମଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ।
ଗସ୍ତର ଶେଷ ପର୍ଯ୍ୟାୟରେ କ୍ରୋଏସିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଆନେ୍ଦ୍ରଜ ପ୍ଲେଙ୍କୋଭିସ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ୧୮ ଜୁନ୍ ୨୦୨୫ରେ ଏକ ସରକାରୀ ଗସ୍ତରେ ଯିବେ । ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କ୍ରୋଏସିଆ ଗସ୍ତ ହେବ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସେଠାରେ ପ୍ରଧାନମନ୍ତ୍ରୀ ପ୍ଲେଙ୍କୋଭିସ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ କ୍ରୋଏସିଆର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋରାନ୍ ମିଲନୋଭିସଙ୍କୁ ମଧ୍ୟ ଭେଟିବେ । କ୍ରୋଏସିଆ ଗସ୍ତ ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ରମାନଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତର ପ୍ରତିବଦ୍ଧତାକୁ ସୂଚାଇବ ।
SRSR
(Release ID: 2136462)
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam