ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ବୈଷୟିକ ବୟନ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ
Posted On:
10 JUN 2025 12:39PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ବୈଷୟିକ ବୟନ କ୍ଷେତ୍ର କିପରି ଏକ ପରିବର୍ତ୍ତନମୂଳକ ପର୍ଯ୍ୟାୟ ଦେଇ ଗତି କରୁଛି ସେ ବିଷୟରେ ଏକ ଆଲେଖ୍ୟ ଶେୟାର କରିଛନ୍ତି । ଏହା ଜାତୀୟ ବୈଷୟିକ ବୟନ ମିଶନ (ଏନ୍ଟିଟିଏମ୍) ଏବଂ ଉତ୍ପାଦନ ସଂଯୋଗିତ ପ୍ରୋତ୍ସାହନ (ପିଏଲ୍ଆଇ) ଯୋଜନା ଭଳି ପ୍ରମୁଖ ସରକାରୀ ପଦକ୍ଷେପ ଦ୍ୱାରା ପରିଚାଳିତ । ଏହି ପ୍ରୟାସଗୁଡିକ ଘରୋଇ ଉତ୍ପାଦନକୁ ଉଲ୍ଲେଖନୀୟ ଭାବରେ ବଢ଼ାଇବା ସହ ନବସୃଜନ ଓ ରପ୍ତାନିକୁ ପ୍ରୋତ୍ସାହିତ କରୁଛି ଏବଂ ଭାରତକୁ ବୈଷୟିକ ବୟନ କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ସ୍ଥାନରେ ପହଞ୍ଚାଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଛନ୍ତି;
“ଭାରତର ବୈଷୟିକ ବୟନ କ୍ଷେତ୍ର ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି, ଯାହା ଜାତୀୟ ବୈଷୟିକ ବୟନ ମିଶନ ଏବଂ ପିଏଲ୍ଆଇ ଯୋଜନା ଭଳି ପ୍ରମୁଖ ପଦକ୍ଷେପ ଦ୍ୱାରା ପରିଚାଳିତ । ଏହି ପ୍ରୟାସଗୁଡିକ ଉତ୍ପାଦନ, ନବସୃଜନ ଏବଂ ରପ୍ତାନିକୁ ପ୍ରୋତ୍ସାହିତ କରିବା ସହ ଭାରତକୁ ବିଶ୍ୱସ୍ତରରେ ଅଗ୍ରଣୀ କରାଉଛି ।
@girirajsinghbjp.”
SR
(Release ID: 2135442)
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam