ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସବୁଜ ଭବିଷ୍ୟତ ଗଠନ ଦିଗରେ ଭାରତୀୟ ରେଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 05 JUN 2025 11:55AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସବୁଜ ଭବିଷ୍ୟତ ଗଠନରେ ଭାରତୀୟ ରେଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ଶେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦ୍ରୁତ ବିଦ୍ୟୁତୀକରଣ ଏବଂ ସ୍ୱଚ୍ଛ ଶକ୍ତିକୁ ପରିବର୍ତ୍ତନ ସହିତ ଭାରତୀୟ ରେଳ ଶୂନ ଅଙ୍ଗାର ନିର୍ଗମନ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ।

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଆଲେଖ୍ୟ ଉପରେ ମତାମତ ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“ବିଶ୍ୱ ପରିବେଶ ଦିବସରେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ଭବିଷ୍ୟତ ଗଠନ ଦିଗରେ ଭାରତୀୟ ରେଳର ପ୍ରମୁଖ ଭୂମିକା ଉପରେ ଆଲେଖ୍ୟ  ଶେୟାର କରିଛନ୍ତି । ଭାରତୀୟ ରେଳ ଦ୍ରୁତ ଗତିରେ ହେଉଥିôବା ବିଦ୍ୟୁତୀକରଣ ଏବଂ ସ୍ୱଚ୍ଛ ଶକ୍ତିକୁ ପରିବର୍ତ୍ତନ କରିବା ଦ୍ୱାରା ଶୂନ ଅଙ୍ଗାର ନିର୍ଗମନ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ।”

 

SR


(Release ID: 2134125)