ପୋଷ୍ଟ କରାଯିବା ଦିନାଙ୍କ:
02 JUN 2025 8:01PM by PIB Bhubaneswar
ଉଲାନବାଟର ଓପନ ୨୦୨୫ରେ ତୃତୀୟ ର୍ୟାଙ୍କିଙ୍ଗ୍ ସିରିଜରେ ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁସ୍ତିଯୋଦ୍ଧାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମର ନାରୀ ଶକ୍ତି ର୍ୟାଙ୍କିଙ୍ଗ୍ ସିରିଜରେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି, ଯାହା ଏହି ସଫଳତାକୁ ଆହୁରି ସ୍ମରଣୀୟ କରିଛି । ଏହି କ୍ରୀଡା ପ୍ରଦର୍ଶନ ଅନେକ ଭବିଷ୍ୟତ ଖେଳାଳୀମାନଙ୍କୁ ପ୍ରେରଣା ଯୋଗାଇବ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“କ୍ରୀଡା କ୍ଷେତ୍ରରେ ଭାରତର ସଫଳତା ଜାରି ରହିଛି! ଉଲାନବାଟର ଓପନ ୨୦୨୫ରେ ତୃତୀୟ ର୍ୟାଙ୍କିଙ୍ଗ ସିରିଜ୍ରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଆମର କୁସ୍ତିଯୋଦ୍ଧାମାନଙ୍କୁ ଅଭିନନ୍ଦନ, ଯେଉଁମାନେ ୬ଟି ସ୍ୱର୍ଣ୍ଣ ସହ ମୋଟ୍ ୨୧ ପଦକ ଜିତିଛନ୍ତି । ଆମର ନାରୀ ଶକ୍ତି ର୍ୟାଙ୍କିଙ୍ଗ ସିରିଜରେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି, ଯାହା ଏହି ସଫଳତାକୁ ଆହୁରି ସ୍ମରଣୀୟ କରିଛି । ଏହି କ୍ରୀଡା ପ୍ରଦର୍ଶନ ଭବିଷ୍ୟତର ଖେଳାଳୀମାନଙ୍କୁ ଅନୁପ୍ରାଣିତ କରିବା ସହ ପ୍ରେରଣା ଯୋଗାଇବ ।”
SR