ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରତିଷ୍ଠା ଦିବସରେ ଗୋଆବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 MAY 2025 4:43PM by PIB Bhubaneswar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆର ଲୋକମାନଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, “ଗୋଆର ଅନନ୍ୟ ସଂସ୍କୃତି ଭାରତର ଗୌରବ । ଗୋଆ ଲୋକମାନେ ବିଭିନ୍ନ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି ରାଜ୍ୟ ସର୍ବଦା ସମଗ୍ର ବିଶ୍ୱରୁ ଲୋକମାନଙ୍କୁ ଆକର୍ଷିତ କରିଆସିଛି ।”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଗୋଆର ମୋର ଭଉଣୀ ଏବଂ ଭାଇମାନଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା । ଗୋଆର ଅନନ୍ୟ ସଂସ୍କୃତି ଭାରତର ଗୌରବ । ଗୋଆ ଲୋକମାନେ ବିବିଧ କ୍ଷେତ୍ରରେ ଏକ ଦୃଢ଼ ଛାପ ସୃଷ୍ଟି କରିଛନ୍ତି । ଏହି ରାଜ୍ୟ ସର୍ବଦା ସମଗ୍ର ବିଶ୍ୱରୁ ଲୋକମାନଙ୍କୁ ଆକର୍ଷିତ କରିଆସୁଛି । ଗତ ଏକ ଦଶନ୍ଧି ଧରି, ଗୋଆର ପ୍ରଗତିକୁ ଆହୁରି ଆଗକୁ ବଢ଼ାଇବା ପାଇଁ ବହୁତ କାମ କରାଯାଇଛି । ଆଗାମୀ ସମୟରେ ରାଜ୍ୟ ବିକାଶର ନୂଆ ଶିଖର ଦିଗରେ ଅଗ୍ରସର ହେଉ, ଏହା ହିଁ ମୋର କାମନା ।”

 

SR


(ରିଲିଜ ଆଡି: 2132943) ପରିଦର୍ଶକ କାଉଣ୍ଟର : 49