ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଜର୍ମାନୀର ଚାନସେଲର ଦାୟିତ୍ୱ ଗ୍ରହଣ କରିଥିବାରୁ ଶ୍ରୀ ଫ୍ରେଡରିକ ମର୍ଜଙ୍କୁ ଅଭିନନ୍ଦନ ଜଣାଇଲେ

Posted On: 20 MAY 2025 6:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନୀର ଚାନସେଲର ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ଫ୍ରେଡରିକ ମର୍ଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତ ଓ ଜର୍ମାନୀ ମଧ୍ୟରେ ରଣନୀତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଦିଗରେ ସେ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ଚାନସେଲର ଫ୍ରେଡରିକ @_FriedrichMerz ଙ୍କ ସହ କଥା ହେଲି ଏବଂ ଦାୟିତ୍ୱ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଲି । ଭାରତ ଓ ଜର୍ମାନୀ ମଧ୍ୟରେ ରଣନୀତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ସୁନିଶ୍ଚିତ କଲୁ । କ୍ଷେତ୍ରୀୟ ଏବଂ ବୈଶ୍ୱିକ ଘଟଣାକ୍ରମ ଉପରେ ବିଚାରଧାରାର ଆଦାନପ୍ରଦାନ କଲୁ । ଆତଙ୍କବାଦ ବିରୋଧୀ ଲଢ଼େଇରେ ଆମେ ଏକଜୁଟ ରହିଛୁ ।”

SR


(Release ID: 2130136)