ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡ. ଜୟନ୍ତ ନର୍ଲିକରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 20 MAY 2025 1:49PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଷ୍ଟ୍ରୋ ଫିଜିକ୍ସ କ୍ଷେତ୍ରର ପରିଚିତ ବ୍ୟକ୍ତିତ୍ୱ ଡ. ଜୟନ୍ତ ନର୍ଲିକରଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଡ. ଜୟନ୍ତ ନର୍ଲିକରଙ୍କ ପରଲୋକ ବିଜ୍ଞାନୀ ସମୁଦାୟଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ସେ ବିଶେଷ କରି ଆଷ୍ଟ୍ରୋଫିଜିକ୍ସ କ୍ଷେତ୍ରରେ ବେଶ୍ ଖ୍ୟାତନାମା ଥିଲେ । ତାଙ୍କର ଅଗ୍ରଣୀ କାର୍ଯ୍ୟ, ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ସୈଦ୍ଧାନ୍ତିକ ରୂପରେଖା ଗବେଷକଙ୍କ ପିଢ଼ି ପାଇଁ ବେଶ୍ ମୂଲ୍ୟବାନ । ସେ ଜଣେ ସଂସ୍ଥା ନିର୍ମାତା ଭାବେ ପରିଚିତ, ଯେଉଁଠିକି ଯୁବ ପିଢ଼ିଙ୍କ ଶିକ୍ଷା ଓ ନବାଚାର ପାଇଁ ସୁଯୋଗ ଥିଲା । ତାଙ୍କ ଅନବଦ୍ୟ ଲେଖା ସାଧାରଣ ଲୋକଙ୍କ ନିକଟରେ ବିଜ୍ଞାନକୁ ପହଞ୍ଚାଇବାକୁ ପାଇଁ ଉଦ୍ଦିଷ୍ଟ ଥିଲା । ଦୁଃଖର ଏହି ଘଡ଼ିରେ ତାଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ମୋର ଗଭୀର ସମବେଦନା । ଓମ୍ ଶାନ୍ତି ।”

SR


(ରିଲିଜ ଆଡି: 2129873) ପରିଦର୍ଶକ କାଉଣ୍ଟର : 39