ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକୀ ଦିବସ ଅବସରରେ ଶୁଭକାମନା ଜଣାଇଲେ

Posted On: 11 MAY 2025 2:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ପ୍ରାଦ୍ୟାଗିକୀ ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ ଆମର ବୈଜ୍ଞାନିକଙ୍କ ପ୍ରତି ଗର୍ବ ଓ କୃତଜ୍ଞତା ଜ୍ଞାପନ କରିବା ସହ ୧୯୮୮ ମସିହାର ପୋଖରାନ ପରମାଣୁ ପରୀକ୍ଷଣକୁ ସ୍ମରଣ କରିଛନ୍ତି । ସେ ବିଜ୍ଞାନ ଏବଂ ଗବେଷଣା ମାଧ୍ୟମରେ ଭବିଷ୍ୟତ ପିଢ଼ିକୁ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ରାଷ୍ଟ୍ରୀୟ ପ୍ରାଦ୍ୟୋଗିକୀ ଦିବସ ଅବସରରେ ଶୁଭକାମନା! ଏହା ଆମର ବୈଜ୍ଞାନିକଙ୍କ ପ୍ରତି ଗର୍ବ ଓ କୃତଜ୍ଞତା ଜ୍ଞାପନ କରିବାର ଏବଂ ୧୯୯୮ର ପୋଖରାନ ପରମାଣା ପରୀକ୍ଷଣକୁ ସ୍ମରଣ କରିବାର ଦିବସ । ଏହା ଆମ ରାଷ୍ଟ୍ରର ବିକାଶ ରାସ୍ତାରେ, ବିଶେଷ କରି ଆତ୍ମନିର୍ଭରତା ଦିଗରେ ଆମ ଅନୁସନ୍ଧାନର ଏକ ଐତିହାସିକ ଘଟଣା ଥିଲା ।

 

ଆମର ଜନସାଧାରଣଙ୍କ ଦ୍ୱାରା ଭାରତ ପ୍ରଦ୍ୟୋଗିକୀ କ୍ଷେତ୍ରର ବିଭିନ୍ନ ବୈଶ୍ୱିକ ନେତା ଭାବେ ପରିଚୟ ହାସଲ କରିପାରିଛି । ଏହା ତେଣିକି ଅନ୍ତରୀକ୍ଷ, ଏଆଇ, ଡିଜିଟାଲ ନବାଚାର, ସବୁଜ ପ୍ରାଦ୍ୟୋଗିକୀ କିମ୍ବା ଏହିପରି ଅନେକ କିଛି କ୍ଷେତ୍ର । ଆମେ ବିଜ୍ଞାନ ଏବଂ ଗବେଷଣା ମାଧ୍ୟମରେ ଭବିଷ୍ୟତ ପିଢ଼ିକୁ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତାକୁ ନିଶ୍ଚିତ କରୁଛୁ । ଆଶା କରୁଛୁ ପ୍ରଦ୍ୟୋଗିକୀ ମାନବତାର ଉତ୍ଥାନ କରିବ, ଆମର ରାଷ୍ଟ୍ରକୁ ସୁରକ୍ଷିତ ରଖିବ ଏବଂ ଭବିଷ୍ୟର ବିକାଶକୁ ତ୍ୱରାନ୍ୱିତ କରିବ ।”

SR


(Release ID: 2128198) Visitor Counter : 2