ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସର୍ବୋଚ୍ଚ ପୋପ୍ ଲିଓ ଏକ୍ସଆଇଭିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା

Posted On: 09 MAY 2025 2:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଜନସାଧାରଣଙ୍କ ପକ୍ଷରୁ ସର୍ବୋଚ୍ଚ ପୋପ୍ ଲିଓ ଏକ୍ସଆଇଭିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କ୍ୟାଥଲିକ୍ ଚର୍ଚ୍ଚରେ ପୋପ୍ଙ୍କ ନେତୃତ୍ୱର ପ୍ରଶଂସା କରି କହିଛନ୍ତି, ବୈଶ୍ୱିକ, ଶାନ୍ତି, ସଦ୍ଭାବ, ଅଖଣ୍ଡତା ଏବଂ ସେବାକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି:

“ମୁଁ ଭାରତର ଜନସାଧାରଣଙ୍କ ପକ୍ଷରୁ ସର୍ବୋଚ୍ଚ ପୋପ୍ ଲିଓ ଏକ୍ସଆଇଭିଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । କ୍ୟାଥଲିକ୍ ଚର୍ଚ୍ଚରେ ତାଙ୍କ ନେତୃତ୍ୱ ଶାନ୍ତି, ସଦଭାବ, ଅଖଣ୍ଡତା ଏବଂ ସେବାର ଆଦର୍ଶକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ମହତ୍ତପୂର୍ଣ୍ଣ ମୁହୂର୍ତ୍ତ । ଆମର ସହଭାଗିତାକୁ ଆଗକୁ ବଢ଼ାଇବା ଲାଗି ପୋପ୍ଙ୍କ ସହ ନିରନ୍ତର ଆଲୋଚନା ଏବଂ ସମ୍ପର୍କ ରକ୍ଷା ପାଇଁ ଭାରତ ପ୍ରତିବଦ୍ଧ ।”  

SR

 


(Release ID: 2128022)