ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କୁ ତାଙ୍କର ଐତିହାସିକ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ ଜଣାଇଛନ୍ତି


ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୀତିକ ସହଭାଗିତା (ସିଏସପି)କୁ ମଜବୁତ୍ କରିବା ପାଇଁ ଦୁଇ ନେତା ନିଜର ପ୍ରତିବଦ୍ଧତାକୁ ଦୋହରାଇଲେ

ନିୟମିତ ସମ୍ପର୍କରେ ରହିବାକୁ ଉଭୟ ସହମତି ଜଣାଇଲେ ଏବଂ ପରବର୍ତ୍ତୀ ବୈଠକ ପାଇଁ ଉତ୍ସାହ ପ୍ରକାଶ କଲେ

Posted On: 06 MAY 2025 2:07PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଥୋନି ଆଲବାନିଜଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କଲେ ଏବଂ ଅଷ୍ଟ୍ରେଲିଆର ୩୨ତମ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଐତିହାସିକ ପୁନଃନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ ।

ଦୁଇ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୀତିକ ସହଭାଗିତା (ସିଏସପି)କୁ ମଜବୁତ୍ କରିବା ପାଇଁ ଦୁଇ ନେତା ନିଜର ପ୍ରତିବଦ୍ଧତାକୁ ଦୋହରାଇଲେ । ସେ କହିଥିଲେ କି ବିଗତ ପାଞ୍ଚ ବର୍ଷର ଶାସନ କାଳରେ ସିଏସପିର ବିଭିନ୍ନ କ୍ଷେତ୍ର ମଜବୁତ୍ ସହଯୋଗରେ ବିକଶିତ ହୋଇଥିବା ଦେଖିଛନ୍ତି । ଦ୍ୱିପକ୍ଷୀୟ ସମ୍ପର୍କକୁ ମଜବୁତ୍ କରିବା ଦିଗରେ ଉତ୍ସାହୀ ପ୍ରବାସୀ ଭାରତୀୟ ସମୁଦାୟଙ୍କ ଭୂମିକା ଉପରେ ସେ ଜୋର୍ ଦେଇଥିଲେ ।

ଉଭୟ ନେତା ପାରସ୍ପରିକ ହିତରେ କ୍ଷେତ୍ରୀୟ ଏବଂ ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିଥିଲେ । ଏକ ସ୍ୱତନ୍ତ୍ର, ମୁକ୍ତ, ସ୍ଥିର, ନିୟମ ଆଧାରିତ ଏବଂ ସମୃଦ୍ଧ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ବିକାଶ ଦିଗରେ ମିଳିମିଶି କାମ କରିବାକୁ ଉଭୟ ନିଜ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଶ୍ରୀ ଆଲବାନିଜଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଥିଲେ । ଏହି ସମୟରେ ବାର୍ଷିକ ଶିଖର ସମ୍ମିଳନୀ ଏବଂ ଭାରତରେ ହେବାକୁ ଥିବା କ୍ୱାଡ ଶିଖଣ ସମ୍ମିଳନୀ ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ନିୟମିତ ସମ୍ପର୍କରେ ରହିବାକୁ ଉଭୟ ନେତା ସହମତି ଜଣାଇଥିଲେ ।

SR


(Release ID: 2127266)