WAVES BANNER 2025
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଆସନ୍ତାକାଲି ୱେଭ୍ସଠାରେ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ୨୦୨୪-୨୫ ଉପରେ ପରିସଂଖ୍ୟାନ ପୁସ୍ତିକା ଉନ୍ମୋଚନ କରିବ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

 Posted On: 02 MAY 2025 2:29PM |   Location: PIB Bhubaneshwar

ମୁମ୍ବାଇରେ ଚାଲିଥିବା ୱେଭ୍ସ ଅବସରରେ ଆସନ୍ତାକାଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ୨୦୨୪-୨୫ ଉପରେ ପରିସଂଖ୍ୟାନ ପୁସ୍ତିକା ଉନ୍ମୋଚନ କରାଯିବ। ଗଣମାଧ୍ୟମ ଏବଂ ମନୋରଞ୍ଜନ ସେବା କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯେଉଁଥିରେ ଦେଶର ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିରେ ଯୋଗଦାନ କରିବାର ବିପୁଳ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରରେ ସମୟୋଚିତ, ବିଶ୍ୱସନୀୟ, ପ୍ରାମାଣିକ ଏବଂ ବ୍ୟାପକ ତଥ୍ୟର ଆବଶ୍ୟକତା ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଅଂଶବିଶେଷ ସ୍ୱରୂପ ଉପରୋକ୍ତ ପୁସ୍ତିକା ଉନ୍ମୋଚନ ହେବ।

ଗଣମାଧ୍ୟମ ଏବଂ ମନୋରଞ୍ଜନ ଇକୋସିଷ୍ଟମ ହେଉଛି ଏକ ଉଦୀୟମାନ କ୍ଷେତ୍ର ଯାହା ସଦ୍ୟତମ ଆକଳନ ଅନୁଯାୟୀ ୭ ପ୍ରତିଶତ ସି.ଏ.ଜି.ଆର. ହାରରେ ବୃଦ୍ଧି ପାଇ ୨୦୨୭ ମସିହାରେ ୩୦୬୭  ବିଲିୟନ ଭାରତୀୟ ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି କ୍ଷେତ୍ରରେ ବିଭିନ୍ନ ନୀତିଗତ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସର୍ବୋତ୍ତମ ଫଳାଫଳ ପାଇବା ପାଇଁ ଏହାର କାର୍ଯ୍ୟକାରିତା ଉପଯୁକ୍ତ ତଥ୍ୟ ଦ୍ୱାରା ସମର୍ଥିତ ହେବା ଆବଶ୍ୟକ। ମନ୍ତ୍ରଣାଳୟ ଏବଂ ଏହି କ୍ଷେତ୍ରର ଅନ୍ୟ ଅଂଶୀଦାରମାନଙ୍କ ତଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ର ଉପରେ ପରିସଂଖ୍ୟାନ ପୁସ୍ତିକା ଉନ୍ମୋଚନ କରିବ। ଏଥିରେ କ୍ଷେତ୍ରର ବିଭିନ୍ନ ବିଭାଗ ଉପରେ ଅପଡେଟ୍ ହୋଇଥିବା ତଥ୍ୟ ଏବଂ ସୂଚନା ପୁସ୍ତିକାରେ ରହିଛି ।

ପରିସଂଖ୍ୟାନ ପୁସ୍ତିକାରେ ସ୍ଥାନିତ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟରେ ରହିଛି ପଞ୍ଜୀକୃତ ଛାପା ଗଣମାଧ୍ୟମ ସଂଖ୍ୟା ୧୯୫୭ରେ ମାତ୍ର ୫,୯୩୨ରୁ ୨୦୨୪-୨୫ରେ ୧୫୪,୫୨୩ରେ ପହଞ୍ଚିବା। ସେହିପରି ଶିଶୁ ସାହିତ୍ୟ, ଇତିହାସ ଏବଂ ସ୍ୱାଧୀନତା ସଂଗ୍ରାମ, ବ୍ୟକ୍ତିତ୍ୱ ଏବଂ ଜୀବନୀ, ଆଧୁନିକ ଭାରତର ନିର୍ମାତା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ପରିବେଶ ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ସମେତ ବିଭିନ୍ନ ବିଷୟବସ୍ତୁ ଉପରେ ମୋଟ ୧୩୦ଟି ପୁସ୍ତକ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା ୨୦୨୪-୨୫ରେ ପ୍ରକାଶିତ ହୋଇଛି। ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦୦% ଭୌଗଳିକ କ୍ଷେତ୍ରରେ ଡିଟୁଏଚ୍‌ ସେବା ପହଞ୍ଚି ପାରିଛି। ଦୂରଦର୍ଶନ ଫ୍ରି ଡିଶ୍‌ ଚାନେଲ ସଂଖ୍ୟା ୨୦୦୪ରେ ୩୩ରୁ ୨୦୨୫ରେ ୩୮୧କୁ ବୃଦ୍ଧି ପାଇଛି । ଆକାଶବାଣୀ ୯୮% ଲୋକଙ୍କ ପାଖରେ ପହଞ୍ଚିଛି । ଘରେ ସାଟେଲାଇନ ଚାନେଲ ୨୦୦୪-୦୫ରେ ୧୩୦ ଥିବା ବେଳେ ୨୦୨୪-୨୫ରେ ଏହା ୯୦୮କୁ ବୃଦ୍ଧି ପାଇଛି। ସେହିପରି ଘରୋଇ ଏଫଏମ୍‌ ଷ୍ଟେସନ ସଂଖ୍ୟା ୨୦୦୧ରେ ମାତ୍ର ୪ ଥିବା ବେଳେ ୨୦୨୪ରେ ୩୮୮କୁ ବୃଦ୍ଧି ପାଇଛି। ୧୯୮୩ ରେ ୭୪୧ଟି ଭାରତୀୟ ଫିଚର ଚଳଚ୍ଚିତ୍ର ପ୍ରମାଣିତ ହୋଇଥିଲା, ଯାହା ୨୦୨୪-୨୫ରେ ୩୪୫୫ କୁ ବୃଦ୍ଧି ପାଇଥିଲା। ୨୦୨୪-୨୫ ସୁଦ୍ଧା ଏହା ସମଷ୍ଟିଗତ ଭାବେ ୬୯,୧୧୩ ସେ ପହଞ୍ଚିଥିଲା। ଏହାବ୍ୟତୀତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଡିଜିଟାଲ ମିଡିଆ, ଓଟିଟି, ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିଏଟିଭ୍‌ ଟେକ୍ନୋଲୋଜି, କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ ଆଦି ସମ୍ପର୍କରେ ତଥ୍ୟ ମଧ୍ୟ ଏଥିରେ ସ୍ଥାନ ପାଇଛି ।

********

P.S.

 


Release ID: (Release ID: 2126389)   |   Visitor Counter: 8