@font-face { font-family: 'Poppins'; src: url('/fonts/Poppins-Regular.ttf') format('truetype'); font-weight: 400; font-style: normal; } body { font-family: 'Poppins', sans-serif; } .hero { background: linear-gradient(to right, #003973, #e5e5be); color: white; padding: 60px 30px; text-align: center; } .hero h1 { font-size: 2.5rem; font-weight: 700; } .hero h4 { font-weight: 300; } .article-box { background: white; border-radius: 10px; box-shadow: 0 8px 20px rgba(0,0,0,0.1); padding: 40px 30px; margin-top: -40px; position: relative; z-index: 1; } .meta-info { font-size: 1em; color: #6c757d; text-align: center; } .alert-warning { font-weight: bold; font-size: 1.05rem; } .section-footer { margin-top: 40px; padding: 20px 0; font-size: 0.95rem; color: #555; border-top: 1px solid #ddd; } .global-footer { background: #343a40; color: white; padding: 40px 20px 20px; margin-top: 60px; } .social-icons i { font-size: 1.4rem; margin: 0 10px; color: #ccc; } .social-icons a:hover i { color: #fff; } .languages { font-size: 0.9rem; color: #aaa; } footer { background-image: linear-gradient(to right, #7922a7, #3b2d6d, #7922a7, #b12968, #a42776); } body { background: #f5f8fa; } .innner-page-main-about-us-content-right-part { background:#ffffff; border:none; width: 100% !important; float: left; border-radius:10px; box-shadow: 0 8px 20px rgba(0,0,0,0.1); padding: 0px 30px 40px 30px; margin-top: 3px; } .event-heading-background { background: linear-gradient(to right, #7922a7, #3b2d6d, #7922a7, #b12968, #a42776); color: white; padding: 20px 0; margin: 0px -30px 20px; padding: 10px 20px; } .viewsreleaseEvent { background-color: #fff3cd; padding: 20px 10px; box-shadow: 0 .5rem 1rem rgba(0, 0, 0, .15) !important; } } @media print { .hero { padding-top: 20px !important; padding-bottom: 20px !important; } .article-box { padding-top: 20px !important; } }
WAVES BANNER 2025
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ୱେଭ୍ସ ୨୦୨୫ରେ ଆୟୋଜିତ ହେବ ଭାରତର ସବୁଠୁ ବଡ଼ କସ୍‌ ପ୍ଲେ ପ୍ରତିଯୋଗିତା



ପପ୍‌ ସଂସ୍କୃତି ଓ ସୃଜନଶୀଳତାକୁ ମିଳିବ ପ୍ରୋତ୍ସାହନ

 Posted On: 30 MAR 2025 11:13AM |   Location: PIB Bhubaneshwar

 

 

ବିଶ୍ବ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) ୨୦୨୫ ଅଧୀନରେ ଭାରତର ସବୁଠୁ ବଡ଼ କସ୍‌ ପ୍ଲେ ଚାମ୍ପିଅନସିପ୍‌ ଆରମ୍ଭ କରାଯିବ। ଏହା ଦେଶରେ ପପ୍‌ ସଂସ୍କୃତି ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବ। କ୍ରିଏଟର୍ସ ଷ୍ଟ୍ରିଟ୍ ଆଣ୍ଡ ଏପିକୋ କୋନ୍, ତେଲଙ୍ଗାନା ସରକାର, ଆଇସିଏ ଇଣ୍ଡିଆନ୍ କମିକ୍ସ ଆସୋସିଏସନ୍, ଫର୍ବିଡେନ୍ ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏମଇଏଆଇ), ତେଲଙ୍ଗାନା ଭିଏଫଏକ୍ସ ଆନିମେସନ୍ ଆଣ୍ଡ ଗେମିଂ ଆସୋସିଏସନ୍ (ଟିଭିଏଜିଏ) ଏବଂ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମିଳିତ ସହଯୋଗରେ ୱେଭସ୍ କସପ୍ଲେ ଚାମ୍ପିଅନସିପ୍‌ ଆୟୋଜନ କରାଯିବ । ଏହା ଭାରତର ସବୁଠାରୁ ସମ୍ମାନଜନକ କସପ୍ଲେ ପ୍ରତିଯୋଗିତା ହେବ। ମୁମ୍ବାଇରେ ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୱେଭ୍ସ ଅଧୀନରେ ଏହି ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିରେ ଭାରତର ସବୁଠୁ ପ୍ରତିଭାସମ୍ପନ୍ନ କସ୍‌ ପ୍ଲେୟରମାନେ ଅଂଶଗ୍ରହଣ କରିବେ। ସେମାନେ ପପ୍‌ ସଂସ୍କୃତିର ଦୁନିଆରେ ନିଜର କଳା ପ୍ରତିଭା, ସମର୍ପଣ ଏବଂ କୌଶଳ ପ୍ରଦର୍ଶନ କରିବେ।

ୱେଭସ୍ କସ୍‌ ପ୍ଲେ ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ଦକ୍ଷତା, ସୃଜନଶୀଳତା ଏବଂ ପପ୍ ସଂସ୍କୃତି ପ୍ରତି ଆଗ୍ରହ ପ୍ରଦର୍ଶନ କରିବା ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବା ସହିତ ଭାରତର ବୃଦ୍ଧି ପାଉଥିବା କସପ୍ଲେ ବର୍ଗକୁ ସଶକ୍ତ କରିବା। ଏହି ଚାମ୍ପିଅନସିପ୍ ଭାରତର ସମ୍ପ୍ରସାରିତ ମନୋରଞ୍ଜନ ଏବଂ ଏଭିଜିସି-ଏକ୍ସଆର କ୍ଷେତ୍ର ସହିତ ମେଳ ଖାଉଛି, କଷ୍ଟ୍ୟୁମ୍‌ ଡିଜାଇନ୍, ପ୍ରଦର୍ଶନ ଏବଂ ଚରିତ୍ର ଚିତ୍ରଣରେ ଆତ୍ମ-ଅଭିବ୍ୟକ୍ତି ଏବଂ ନବସୃଜନକୁ ପ୍ରୋତ୍ସାହିତ କରୁଛି।

ଗ୍ରାଣ୍ଡ ଫିନାଲେରେ ୮୦-୧୦୦ ଫାଇନାଲିଷ୍ଟ ୱେଭସ୍ ୨୦୨୫ ପର୍ଯ୍ୟାୟରେ ସେମାନଙ୍କ କସପ୍ଲେକୁ ସିଧାସଳଖ ଉପସ୍ଥାପନ କରିବେ। ଅଂଶଗ୍ରହଣକାରୀମାନଙ୍କୁ ସମ୍ମାନିତ ଶିଳ୍ପ ବିଶେଷଜ୍ଞ, ଅନ୍ତର୍ଜାତୀୟ ଅତିଥି ଏବଂ କସପ୍ଲେ ବୃତ୍ତିଗତଙ୍କ ଦ୍ୱାରା ବିଚାର କରାଯିବ। ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ଭାରତୀୟ ପୌରାଣିକ କଥା, ପପ୍ ସଂସ୍କୃତି, ଆନିମେ, ମାଙ୍ଗା, ଡିସି, ମାର୍ଭଲ ଏବଂ ଆହୁରି ଅନେକ କିଛି ପ୍ରତିନିଧିତ୍ୱ କରିବ। ଏହା ପ୍ରତିଯୋଗୀମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିବାର ସୁଯୋଗ ଦେବ । ଏହି ପ୍ରତିଯୋଗିତା ପାଇଁ ୧,୫୦,୦୦୦ ଟଙ୍କାର ପୁରସ୍କାର ରାଶି ରଖାଯାଇଛି ।

କସପ୍ଲେୟର୍‌ ବା ପ୍ରତିଯୋଗୀମାନେ ଏଥିରେ ଭାଗ ନେବା ପାଇଁ ଅନଲାଇନ ଆବେଦନ କରିବେ ଏବଂ ସେମାନଙ୍କ ଆବେଦନକୁ ବିଚାରକମାନେ ସମୀକ୍ଷା କରିବେ । ଶୀର୍ଷ ୮୦-୧୦୦ ଜଣ କସ୍‌ ପ୍ଲେୟରଙ୍କୁ ଚୟନ କରାଯିବ ଏବଂ ଇମେଲ୍‌ ମାଧ୍ୟମରେ ସୂଚନା ଦିଆଯିବ। ଫାଇନାଲିଷ୍ଟମାନେ ରେମ୍ପରେ ଚାଲିବା ସହିତ ସେମାନଙ୍କର ସମ୍ପୂର୍ଣ୍ଣ କସପ୍ଲେ ପ୍ରଦର୍ଶନ କରିବେ ଏବଂ ଶ୍ରେଷ୍ଠ ଭଙ୍ଗୀ ଓ ପ୍ରଦର୍ଶନ ଦେଖାଇବେ । ପ୍ରମୁଖ ବିଚାର ମାନଦଣ୍ଡ ଆଧାରରେ, ବିଭିନ୍ନ ବର୍ଗରେ ବିଜେତାଙ୍କୁ ପୁରସ୍କାର ଦିଆଯିବ । ଏହି ପ୍ରତିଯୋଗିତା ପାଇଁ ମାର୍ଚ୍ଚ ୨୮ରୁ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୭କୁ ଆବେଦନର ଶେଷ ତାରିଖ ଭାବେ ରଖାଯାଇଛି । ୱେଭ୍ସ କସପ୍ଲେ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ମଇ ୧ରୁ ୪ ତାରିଖ, ୨୦୨୫ରେ ଅନୁଷ୍ଠିତ ହେବ।

ଅଧିକ ବିବରଣୀ ଏବଂ ପଞ୍ଜିକରଣ ସୂଚନା https://creatorsstreet.in/.ରେ ଉପଲବ୍ଧ। ସେହିପରି ପଞ୍ଜିକରଣର ଲିଙ୍କ ହେଉଛି: https://forms.office.com/r/xpeg7sDASm

*******

P.S/Swadhin


Release ID: (Release ID: 2116824)   |   Visitor Counter: 58