କ୍ୟାବିନେଟ
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତିକୁ କ୍ୟାବିନେଟ୍ ମଞ୍ଜୁରି
ଜାନୁଆରୀ ପହିଲା ୨୦୨୫ ଠାରୁ ପିଛିଲା ଭାବେ ହେବ ଲାଗୁ
ଉପକୃତ ହେବେ ୪୮.୬୬ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୬.୫୫ ଲକ୍ଷ ପେନସନଭୋଗୀ
ରାଜକୋଷ ଉପରେ ବାର୍ଷିକ ୬୬୧୪.୦୪ କୋଟି ଟଙ୍କାର ବୋଝ ପଡ଼ିବ
ପୋଷ୍ଟ କରାଯିବା ଦିନାଙ୍କ:
28 MAR 2025 4:15PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତି ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏହି ବୃଦ୍ଧି ଜାନୁଆରୀ ପହିଲା ୨୦୨୫ ଠାରୁ ପିଛିଲା ଭାବେ ଲାଗୁ ହେବ । ବର୍ତ୍ତମାନର ୫୩ ପ୍ରତିଶତ ମୂଳ ବେତନ/ପେନସନ ଉପରେ ୨ ପ୍ରତିଶତ ବୃଦ୍ଧି କରାଯାଇଛି ଯାହାଦ୍ୱାରା ମହଙ୍ଗା ଦର ଭରଣା କରାଯାଇପାରିବ ।
ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ଉଭୟ ବୃଦ୍ଧି ଫଳରେ ସରକାରୀ ରାଜକୋଷ ଉପରେ ବାର୍ଷିକ ୬୬୧୪.୦୪ କୋଟି ଟଙ୍କାର ବୋଝ ପଡ଼ିବ । ଏହାଦ୍ୱାରା ପ୍ରାୟ ୪୮.୬୬ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୬.୫୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।
ଏହି ବୃଦ୍ଧି ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗର ସୁପାରିସ ଆଧାରରେ ମଞ୍ଜୁର ଫର୍ମୁଲା ଆଧାରରେ କରାଯାଇଛି ।
*******
P.S/Swadhin
(ରିଲିଜ ଆଡି: 2116267)
ପରିଦର୍ଶକ କାଉଣ୍ଟର : 154
ଏହି ରିଲିଜ ପଢନ୍ତୁ :
Tamil
,
English
,
Urdu
,
Marathi
,
हिन्दी
,
Nepali
,
Bengali
,
Assamese
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam