ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ହୁରିୟତ ସହ ଜଡ଼ିତ ଦୁଇଟି ଗୋଷ୍ଠୀର ବିଚ୍ଛିନ୍ନତାବାଦ ପରିତ୍ୟାଗ କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ


ମୋଦୀ ସରକାର ଅଧୀନରେ ବିଚ୍ଛିନ୍ନତାବାଦ ଶେଷ ହେଉଛି ଏବଂ ସମଗ୍ର କାଶ୍ମୀରରେ ଏକତାର ବିଜୟ ପ୍ରତିଧ୍ୱନିତ ହେଉଛି

ପୋଷ୍ଟ କରାଯିବା ଦିନାଙ୍କ: 27 MAR 2025 3:21PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିର୍ମିତ ନୂତନ ଭାରତ ଉପରେ ବିଶ୍ୱାସ ରଖିବା ଲାଗି ହୁରିୟତ ସହ ଜଡ଼ିତ ଆଉ ଦୁଇଟି ଗୋଷ୍ଠୀ ଯଥା ଜେ ଆଣ୍ଡ କେ ତାହି ରିକି ଇଷ୍ଟେକଲାଲ ଏବଂ ଜେ ଆଣ୍ଡ କେ ତାହିରିକ-ଇ-ଇସ୍ତିକାମତଙ୍କ ବିଚ୍ଛିନ୍ନତାବାଦକୁ ପରିତ୍ୟାଗ କରିବା ନିଷ୍ପତ୍ତିକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ସ୍ୱାଗତ କରିଛନ୍ତି। ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି ଯେ ମୋଦୀ ସରକାର ଅଧୀନରେ ବିଚ୍ଛିନ୍ନତାବାଦ ଶେଷ ହେଉଛି ଏବଂ ସମଗ୍ର କାଶ୍ମୀରରେ ଏକତାର ବିଜୟ ପ୍ରତିଧ୍ୱନିତ ହେଉଛି।

HS


(ରିଲିଜ ଆଡି: 2115822) ପରିଦର୍ଶକ କାଉଣ୍ଟର : 71