ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଟାକ୍ରୋ ବିଶ୍ୱକପ୍ ୨୦୨୫ରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାଥିବାରୁ ପୁରୁଷ ରେଗୁ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 26 MAR 2025 3:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିପକ୍ ଟାକ୍ରୋ ବିଶ୍ୱକପ୍ ୨୦୨୫ରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ସିପକ୍ ଟାକ୍ରୋ ଦଳକୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି । ସେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଘରକୁ ଆଣିଥିବାରୁ ଦଳକୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି:

“ସିପକ୍ ଟାକ୍ରୋ ବିଶ୍ୱକପ୍ ୨୦୨୫ରେ ଚମତ୍କାର କ୍ରୀଡା ଉତ୍କର୍ଷତା ପ୍ରଦର୍ଶନ ପାଇଁ ଆମ ଦଳକୁ ଅଭିନନ୍ଦନ ! ଏହି ଦଳ ୭ଟି ପଦକ ଆଣିଛି । ପୁରୁଷ ରେଗୁ ଦଳ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବା ସହ ଇତିହାସ ସୃଷ୍ଟି କରିଛି ।

ଏହି ଚମତ୍କାର ପ୍ରଦର୍ଶନ ବିଶ୍ୱସ୍ତରୀୟ ସିପକ୍ ଟାକ୍ରୋ କ୍ଷେତ୍ରରେ ଭାରତର ଏକ ଆଶାଜନକ ଭବିଷ୍ୟତକୁ ସୂଚିତ କରୁଛି ।”

 

SR


(Release ID: 2115579) Visitor Counter : 13