ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହିଳାଙ୍କୁ ନିଜ ପ୍ରେରଣାଦାୟକ ଜୀବନଯାତ୍ରାର କାହାଣୀ ସେୟାର କରିବାକୁ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କଲେ
ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟକୁ କିଛି ନିର୍ଦ୍ଦିଷ୍ଟ ମହିଳାଙ୍କୁ ପ୍ରଦାନ କରିବେ
Posted On:
03 MAR 2025 7:54PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି କି, ନମୋ ଆପ୍ ଓପନ୍ ଫୋରମରେ ଅନେକ ଜୀବନଯାତ୍ରାକୁ ସେୟାର କରାଯିବା ପ୍ରେରଣାଦାୟକ । ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି କି ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କିଛି ନିର୍ଦ୍ଦିଷ୍ଟ ମହିଳାଙ୍କୁ ତାଙ୍କ ଡିଜିଟାଲ ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରିବାକୁ ସୁଯୋଗ ମିଳିବ । ଏହିଭଳି ଆହୁରି ପ୍ରେରଣାଦାୟକ ଜୀବନଯାତ୍ରାକୁ ଅନ୍ୟମାନେ ସେୟାର କରିବାକୁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି ।
ଶ୍ରୀ ମୋଦୀ ଏକ୍ସ ରେ ଏକ ପୋଷ୍ଟରେ କହିଛନ୍ତି:
“ନମୋ ଆପ୍ ଓପନ୍ ଫୋରମରେ ବହୁତ ପ୍ରେରଣାଦାୟକ ଜୀବନଯାତ୍ରା ସେୟାର କରାଯାଉଥିବା ମୁଁ ଦେଖିବାକୁ ପାଉଛି । ଏହା ମଧ୍ୟରୁ କିଛି ମହିଳାଙ୍କ୍ୁ ମାର୍ଚ୍ଚ ୮ ତାରିଖରେ ମୋ ଡିଜିଟାଲ ସୋସିଆଲ ଆକାଉଣ୍ଟ ପରିଚାଳନା କରିବାର ଦାୟିତ୍ୱ ଦେବାକୁ ଚୟନ କରାଯିବ । ଏହିଭଳି ଆହୁରି ପ୍ରେରଣାଦାୟକ ଜୀବନଯାତ୍ରା ଅନ୍ୟମାନେ ସେୟାର କରିବାକୁ ଅନୁରୋଧ କରୁଛି ।”
SR
(Release ID: 2107964)
Visitor Counter : 7