ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୮ ଫେବୃଆରୀରେ ନୂଆଦିଲ୍ଲୀରେ ଜାହାନ-ଏ-ଖୁସ୍ରୋ ୨୦୨୫ରେ ଭାଗ ନେବେ ପ୍ରଧାନମନ୍ତ୍ରୀ
ଚଳିତ ବର୍ଷ ସୁଫି ସଙ୍ଗୀତ ମହୋତ୍ସବର ୨୫ତମ ବାର୍ଷିକୀ ଅବସରରେ ଭବ୍ୟ ସମାରୋହ
ମହୋତ୍ସବରେ ଅମୀର ଖୁସ୍ରୋଙ୍କ ପରମ୍ପରାକୁ ପାଳନ କରିବା ପାଇଁ ଏକତ୍ର ହେବେ ସମଗ୍ର ବିଶ୍ୱର କଳାକାର
Posted On:
27 FEB 2025 6:30PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଫେବୃଆରୀ ସନ୍ଧ୍ୟା ପ୍ରାୟ ୭:୩୦ ସମୟରେ ନୂଆଦିଲ୍ଲୀର ସୁନ୍ଦର ନର୍ସରୀଠାରେ ଭବ୍ୟ ସୁଫି ସଙ୍ଗୀତ ମହୋତ୍ସବ, ଜାହାନ-ଏ-ଖୁସ୍ରୋ ୨୦୨୫ରେ ଅଂଶଗ୍ରହଣ କରିବେ ।
ଦେଶର ବିବିଧ କଳା ଏବଂ ସଂସ୍କୃତିର ପ୍ରଚାର ତଥା ପ୍ରସାର ଦିଗରେ ପ୍ରଧାନମନ୍ତ୍ରୀ ଜଣେ ଦୃଢ଼ ପ୍ରୋତ୍ସାହକ । ଏହି ପରିପ୍ରେକ୍ଷୀରେ, ସେ ଜାହାନ-ଏ-ଖୁସ୍ରୋରେ ଅଂଶଗ୍ରହଣ କରିବେ, ଯାହା ସୁଫି ସଙ୍ଗୀତ, କବିତା ଏବଂ ନୃତ୍ୟ ପାଇଁ ଉତ୍ସର୍ଗୀକୃତ ଏକ ଅନ୍ତର୍ଜାତୀୟ ମହୋତ୍ସବ । ଏହି ମହୋତ୍ସବରେ ଅମୀର ଖୁସ୍ରୋଙ୍କ ପରମ୍ପରାକୁ ପାଳନ କରିବା ପାଇଁ ସମଗ୍ର ବିଶ୍ୱର କଳାକାରମାନେ ଏକତ୍ର ହେବେ । ରୁମି ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଏହି ମହୋତ୍ସବ ଚଳିତ ବର୍ଷ ଏହାର ୨୫ତମ ବାର୍ଷିକୀ ପାଳନ କରିବ ଏବଂ ୨୮ ଫେବୃଆରୀରୁ ୨ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଏହି ମହୋତ୍ସବରେ ପ୍ରଧାନମନ୍ତ୍ରୀ ଟିଇଏଚ୍ ବଜାର (ଟିଇଏଚ୍ – ହସ୍ତତନ୍ତର ଅନ୍ୱେଷଣ ) ମଧ୍ୟ ପରିଦର୍ଶନ କରିବେ । ଏଥିରେ ଏକ ଜିଲ୍ଲା – ଉତ୍ପାଦ ସହ ଜଡିତ ବିଭିନ୍ନ ହସ୍ତଶିଳ୍ପ ଏବଂ ଦେଶର ବିଭିନ୍ନ ଉତ୍କୃଷ୍ଟ କଳାକୃତି ସମେତ ହସ୍ତଶିଳ୍ପ ତଥା ହସ୍ତତନ୍ତ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ଇତ୍ୟାଦି ପ୍ରଦର୍ଶିତ ହେବ ।
SR
(Release ID: 2106789)
Visitor Counter : 27
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam