ପୋଷ୍ଟ କରାଯିବା ଦିନାଙ୍କ:
15 FEB 2025 9:44PM by PIB Bhubaneswar
କାଶୀ ତାମିଲ ସଙ୍ଗମମ୍ ୨୦୨୫ରେ ସାମିଲ ହେବାକୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି, କାଶୀ ତାମିଲ ସଙ୍ଗମମ୍ ଆରମ୍ଭ ହୋଇଛି । ସେ ପୁଣି କହିଛନ୍ତି, ଏହା କାଶୀ ଓ ତାମିଲନାଡ଼ୁ ମଧ୍ୟରେ କାଳାତୀତ ସଭ୍ୟତାଗତ ବନ୍ଧନର ଉତ୍ସବ, ଦୀର୍ଘ ଶତାବ୍ଦୀ ଧରି ଥିବା ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଐତିହାସିକ ସଂଯୋଗ ଗୋଟିଏ ମଞ୍ଚରେ ଏକାଠି ହେଉଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“କାଶୀ ତାମିଲ ସଙ୍ଗମମ୍ର ଶୁଭାରମ୍ଭ ହୋଇଛି...
ଏହା କାଶୀ ଓ ତାମିଲନାଡ଼ୁ ମଧ୍ୟରେ କାଳାତୀତ ସଭ୍ୟତାଗତ ବନ୍ଧନର ଏକ ଉତ୍ସବ, ଦୀର୍ଘ ଶତାବ୍ଦୀ ଧରି ଥିବା ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଐତିହାସିକ ସଂଯୋଗ ଗୋଟିଏ ମଞ୍ଚରେ ଏକାଠି ହେଉଛନ୍ତି । ଏହା ମଧ୍ୟ ‘ଏକ ଭାରତ,ଶ୍ରେଷ୍ଠ ଭାରତ’ର ସ୍ପିରିଟକୁ ଗୁରୁତ୍ୱ ଦେଉଛି ।
କାଶୀ ତାମିଲ ସଙ୍ଗମମ୍ ୨୦୨୫ରେ ସାମିଲ ହେବାକୁ ସମସ୍ତଙ୍କୁ ଅନୁରୋଧ କରୁଛି!
@KTSangamam”
SR