ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମନୋରଞ୍ଜନ, ସୃଜନଶୀଳତା ଏବଂ ସଂସ୍କୃତି ଜଗତକୁ ଏକତ୍ର କରିଥିବା ବିଶ୍ୱସ୍ତରୀୟ ସମ୍ମିଳନୀ ୱେବ୍ସର ପରାମର୍ଶଦାତା ବୋର୍ଡ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
07 FEB 2025 11:40PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ୱେବ୍ସ (ଢବ୍ଲ୍ୟୁଏଭିଇଏସ୍) ର ପରାମର୍ଶଦାତା ବୋର୍ଡ ବୈଠକରେ ଅଧ୍ୟକ୍ଷତା କରିଥିଲେ । ୱେବ୍ସ ହେଉଛି ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀ ଯାହା ମନୋରଞ୍ଜନ, ସୃଜନଶୀଳତା ଏବଂ ସଂସ୍କୃତି ଜଗତକୁ ଏକତ୍ର କରିଥାଏ ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ଏବେ ମନୋରଞ୍ଜନ, ସୃଜନଶୀଳତା ଏବଂ ସଂସ୍କୃତି ଜଗତକୁ ଏକତ୍ର କରିଥିବା ବିଶ୍ୱସ୍ତରୀୟ ସମ୍ମିଳନୀ ୱେବ୍ସର ପରାମର୍ଶଦାତା ବୋର୍ଡର ଏକ ବୈଠକ ଶେଷ ହେଲା । ପରାମର୍ଶଦାତା ବୋର୍ଡର ସଦସ୍ୟମାନେ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ, ଯେଉଁମାନେ କେବଳ ସେମାନଙ୍କର ସମର୍ଥନ ଦେଇନାହାନ୍ତି, ବରଂ ଭାରତକୁ ଏକ ବିଶ୍ୱସ୍ତରୀୟ ମନୋରଞ୍ଜନ କେନ୍ଦ୍ରରେ ପରିଣତ କରିବା ପାଇଁ ଆମର ପ୍ରୟାସକୁ କିପରି ତ୍ୱରାନ୍ୱିତ କରାଯାଇପାରିବ, ସେ ସମ୍ବନ୍ଧରେ ବହୁମୂଲ୍ୟ ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି ।”
SR
(ରିଲିଜ ଆଡି: 2102090)
ପରିଦର୍ଶକ କାଉଣ୍ଟର : 54
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Nepali
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam