ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମନୋରଞ୍ଜନ, ସୃଜନଶୀଳତା ଏବଂ ସଂସ୍କୃତି ଜଗତକୁ ଏକତ୍ର କରିଥିବା ବିଶ୍ୱସ୍ତରୀୟ ସମ୍ମିଳନୀ ୱେବ୍ସର ପରାମର୍ଶଦାତା ବୋର୍ଡ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 07 FEB 2025 11:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ୱେବ୍ସ (ଢବ୍ଲ୍ୟୁଏଭିଇଏସ୍) ର ପରାମର୍ଶଦାତା ବୋର୍ଡ ବୈଠକରେ ଅଧ୍ୟକ୍ଷତା କରିଥିଲେ । ୱେବ୍ସ ହେଉଛି ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀ ଯାହା ମନୋରଞ୍ଜନ, ସୃଜନଶୀଳତା ଏବଂ ସଂସ୍କୃତି ଜଗତକୁ ଏକତ୍ର କରିଥାଏ ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

“ଏବେ ମନୋରଞ୍ଜନ, ସୃଜନଶୀଳତା ଏବଂ ସଂସ୍କୃତି ଜଗତକୁ ଏକତ୍ର କରିଥିବା ବିଶ୍ୱସ୍ତରୀୟ ସମ୍ମିଳନୀ ୱେବ୍ସର ପରାମର୍ଶଦାତା ବୋର୍ଡର ଏକ ବୈଠକ ଶେଷ ହେଲା । ପରାମର୍ଶଦାତା ବୋର୍ଡର ସଦସ୍ୟମାନେ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ, ଯେଉଁମାନେ କେବଳ ସେମାନଙ୍କର ସମର୍ଥନ ଦେଇନାହାନ୍ତି, ବରଂ ଭାରତକୁ ଏକ ବିଶ୍ୱସ୍ତରୀୟ ମନୋରଞ୍ଜନ କେନ୍ଦ୍ରରେ ପରିଣତ କରିବା ପାଇଁ ଆମର ପ୍ରୟାସକୁ କିପରି ତ୍ୱରାନ୍ୱିତ କରାଯାଇପାରିବ, ସେ ସମ୍ବନ୍ଧରେ ବହୁମୂଲ୍ୟ ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି ।”

 

SR


(रिलीज़ आईडी: 2102090) आगंतुक पटल : 51
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Nepali , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam